ମଣପୁରମ୍ ଫାଇନାନ୍ସକୁ ଝଟକା ଦେଲା କେନ୍ଦ୍ରୀୟ ବ୍ୟାଙ୍କ: ଆଶିର୍ବାଦ ମାଇକ୍ରୋ ଫାଇନାନ୍ସର ଗୋଲ୍ଡ ଲୋନ୍ ବଣ୍ଟନ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ଗୋଲ୍ଡ ପ୍ରଦାନ କରୁଥିବା କମ୍ପାନୀ ମଣପୁରମ୍ ଫାଇନାନ୍ସ ଉପରେ କେନ୍ଦ୍ରୀୟ ବ୍ୟାଙ୍କ (ଆରବିଆଇ) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆରବିଆଇର ଏହି ଝଟକା ପରେ ଏବେ କମ୍ପାନୀର ଶେୟାର ପ୍ରଭାବିତ ହେବା ସହ ତାର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ସୁନା ଋଣ ଦେଉଥିବା କମ୍ପାନୀର ସବସିଡିରୀ କମ୍ପାନୀ ଆଶିର୍ବାଦ ମାଇକ୍ରୋ ଫାଇନାନ୍ସର ସୁନା ଋଣ ବଣ୍ଟନ ଉପରେ ରୋକ ଲଗାଇ ଦେଇଛି । ତେଣୁ ଯେଉଁ ଗ୍ରାହକମାନଙ୍କର ସୁନା ଏହି ଅଣ-ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ (ଏନବିଏଫସି)ରେ ରହିଛି ସେମାନଙ୍କ ପାଇଁ ଏହା ଏକ ଜରୁରୀ ଖବର ।

ସୂଚନା ମୁତାବକ, ଗୋଲ୍ଡ ଲୋନ ବିତରଣକାରୀ କମ୍ପାନୀ ମଣପୁରମ୍ ଫାଇନାନ୍ସର ସବସିଡରୀ କମ୍ପାନୀ ଆଶିର୍ବାଦ ମାଇକ୍ରୋ ଫାଇନାନ୍ସର ସୁନା ଋଣ ବଣ୍ଟନ ଉପରେ କେନ୍ଦ୍ରୀୟ ବ୍ୟାଙ୍କ ରୋକ୍ ଲାଗୁ କରିଛି । ଆରବିଆଇର ଏହି ନିଷ୍ପତ୍ତି ପରେ ମଣପୁରମ୍ କମ୍ପାନୀର ଶେୟାରରେ ୧୬ ପ୍ରତିଶତ ହ୍ରାସ ଘଟିଛି । ଆରବିଆଇର ବ୍ୟାନ ପରେ ଅନେକ ବ୍ରୋକରେଜ ଫାର୍ମ ଏହାକୁ ଡାଉନଗ୍ରେଡ କରିଦେଇଛି । ବର୍ତ୍ତମାନ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ରେ ମଣପୁରମର ଶେୟାର ୧୫.୧୪ ପ୍ରତିଶତ ନିମ୍ନମୁଖୀ ସହତ ୧୫.୫୫ ଟଙ୍କାରେ ଟ୍ରେଡ କରୁଛି । ମୋଟ ୪ଟି ଏନବିଏଫସି ଉପରେ ଆରବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେଥିମଧ୍ୟରେ ନଭୀ ଫିନସର୍ଭ ଲିମିଟେଡ, ଡିଏମଆଇ ଫାଇନାନ୍ସ ପ୍ରାଇଭେଟ ଲିମିଟେଡ, କୋଲକତା ସ୍ଥିତ ଆରୋହଣ ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ, ଚେନ୍ନାଇ ସ୍ଥିତ ଆଶିର୍ବାଦ ମାଇକ୍ରୋ ଫାଇନାନ୍ସ ଲିମିଟେଡକୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଏନବିଏଫସି ଓ ମ୍ୟୁଚୁଆଲ ଫଣ୍ଡ ସଂସ୍ଥାର ମୂଲ୍ୟ ନିର୍ଦ୍ଧାରଣ ନୀତି ଓ ସେମାନଙ୍କର ଫଣ୍ଡର ମୂଲ୍ୟ ଉପରେ ଲାଗୁଥିବା ସୁଧ କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଥିବା କୁହାଯାଇଛି ।

Get real time updates directly on you device, subscribe now.