fbpx

ବେତନ ବୃଦ୍ଧି ନେଇ ବଢ଼ୁଛି ଅସନ୍ତୋଷ, ସାମୂହିକ ଛୁଟିରେ ଯିବେ ଆରବିଆଇ କର୍ମଚାରୀ

ନୂଆଦିଲ୍ଲୀ: ବେତନ ବୃଦ୍ଧିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବେତନ ସଂଶୋଧନରେ ବିଳମ୍ବ ଘଟୁଥିବାରୁ ଆସନ୍ତା ୩୦ ତାରିଖରେ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀଙ୍କ ୟୁନାଇଟେଡ୍ ଫୋରମ୍ ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଏକ ପତ୍ର ଲେଖି ଜଣାଇ ଦିଆଯାଇଛି ।

ଫୋରମ୍ ପକ୍ଷରୁ କୁହାଯାଇଛି ଯେ, ବିଗତ ଚାରି ବର୍ଷରୁ ଅଧିକ ସମୟ ଧରି କର୍ମଚାରୀଙ୍କ ବେତନ ସଂଶୋଧନ କରାଯାଇନାହିଁ । ଏହି ଅତିସମ୍ବେଦନଶୀଳ ମାମଲାକୁ ନେଇ କେନ୍ଦ୍ରୀୟ ବ୍ୟାଙ୍କର ମନମାନୀର କଡ଼ା ବିରୋଧ କରିବା ଛଡ଼ା ଫୋରମ୍ ପାଖରେ ଅନ୍ୟ ବିକଳ୍ପ ନାହିଁ । ତେବେ ବେତନ ଚୁକ୍ତିନାମା ପାଇଁ ଆସନ୍ତା ୩୦ ତାରିଖରେ ସମସ୍ତ କର୍ମଚାରୀ ଛୁଟିରେ ରହିବେ । ଏହି ଫୋରମରେ ଅଖିଳ ଭାରତୀୟ ରିଜର୍ଭ ବ୍ୟାଙ୍କ କର୍ମଚାରୀ ସଂଘ, ଅଖିଳ ଭାରତୀୟ ରିଜର୍ଭ ବ୍ୟାଙ୍କ ଶ୍ରମିକ ସଂଘ, ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିକାରୀ ସଂଘ ଓ ଅଖିଳ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିକାରୀ ସଂଘ ପରି ୪ଟି ସଂଗଠନ ସାମିଲ ରହିଛନ୍ତି । ଗତ ସେପ୍ଟେମ୍ବର ମାସ ୨୭ ତାରିଖରେ ବେତନ ବୃଦ୍ଧି ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ ତାହା ସମ୍ପୂର୍ଣ୍ଣ ହୋଇପାରି ନଥିଲା । ପରବର୍ତ୍ତୀ ସମୟରେ ଫୋରମର ପ୍ରତିନିଧିମାନେ ମୁମ୍ବାଇ ଯାଇ ଆରବିଆଇ ସହିତ ଆଲୋଚନା କରିବାକୁ ଇଚ୍ଛୁକ ଥିଲେ ହେଁ ତାହାକୁ ଅଗ୍ରାହ୍ୟ କରିଦିଆଯାଇଥିବା ନେଇ ଫୋରମ୍ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.