fbpx
BSKY SKY
BSKY SKY

Paytm ପେମେଣ୍ଟସ୍ ବ୍ୟାଙ୍କ ଉପରେ RBIର କଟକଣା; ଆଉ ହୋଇ ପାରିବନି ନେଣଦେଣ

BSKY

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ପେଟିଏମ୍‌ କୁ ବଡ଼ ଝଟକା । ପେଟିଏମ୍‌ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଲାଗିଲା RBIର କଟକଣା । ଆଉ ପେଟିଏମ୍‌ରେ ଯୋଡ଼ି ହୋଇ ପାରିବେନି ନୂଆ ଗ୍ରାହକ । ଫେବ୍ରୁଆରୀ ୨୯ ପରଠୁ ପେଟିଏମ୍‌ରେ ହୋଇପାରିବନି ନେଣଦେଣ । ତେବେ ପେଟିଏମ୍‌ରେ ଥିବା ଟଙ୍କା ସରିବା ଯାଏଁ ବ୍ୟବହାର ହୋଇପାରିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ ବିଆଇ) ପ୍ରତିଷ୍ଠିତ କମ୍ପାନି ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କକୁ ନୂଆ ଗ୍ରାହକ ଯୋଡ଼ିବା ଉପରେ ପ୍ରତିବନ୍ଧକ ଲଗାଇଛି ।

ଏହି ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି । ବୁଧବାର କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ବ୍ୟାଙ୍କ ଅନେକ ନିୟମ ଉଲ୍ଲଂଘନ କରୁଛି । ଅଡିଟ୍ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଏହି ନିଷେଧାଦେଶ ପରେ ଗ୍ରାହକମାନେ ନିଜ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ନାହିଁ ଏବଂ ଆରବିଆଇ ୱାଲେଟ, ଫାସ୍ଟ୍ୟାଗ୍ ଏବଂ ଏନସିଏମସି କାର୍ଡ ଟପ୍ ଅପ୍ କରିପାରିବେ ନାହିଁ । ତେବେ ଗ୍ରାହକଙ୍କୁ ଟଙ୍କା ଉଠାଇବା ପାଇଁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.