fbpx

କିଷାନ କ୍ରେଡିଟ୍ କାର୍ଡର ଡିଜିଟାଇଜେସନ୍ ଆରମ୍ଭ: ଏହି ଯୋଜନାରେ ମିଳିବ ସବୁଠାରୁ ଶସ୍ତା ଲୋନ୍

Advertisement

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ଲୋନ୍ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ କିଷାନ କ୍ରେଡିଟ କାର୍ଡ (କେସିସି) ଡିଜିଟାଇଜେସନର ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିବାକୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ନିଷ୍ପତ୍ତି ନେଇଛି । ମଧ୍ୟପ୍ରଦେଶ ଏବଂ ତାମିଲନାଡୁରେ ଏହି ଯୋଜନା ଆରମ୍ଭ ହେବ । ଆରବିଆଇ ଏକ ବିବୃତ୍ତିରେ କହିଛି ଯେ, ଏହି ପାଇଲଟ୍ ପ୍ରୋଜେକ୍ଟରୁ ଶିଖାଯାଇଥିବା ଶିକ୍ଷାକୁ ଧ୍ୟାନରେ ରଖି ସାରା ଦେଶରେ କିଷାନ୍ କ୍ରେଡିଟ୍ କାର୍ଡର ଡିଜିଟାଇଜେସନ୍ ପାଇଁ ଅଭିଯାନ ଆରମ୍ଭ ହେବ ।

ମଧ୍ୟପ୍ରଦେଶ ଏବଂ ତାମିଲନାଡୁରେ ଆରମ୍ଭ ହୋଇଥିବା ପାଇଲଟ୍ ପ୍ରୋଜେକ୍ଟ ବ୍ୟାଙ୍କ ମଧ୍ୟରେ ଥିବା ବିଭିନ୍ନ ପ୍ରକ୍ରିୟାର ସଞ୍ଚାଳନ ଏବଂ ସେବା ପ୍ରଦାନକାରୀଙ୍କ ସହିତ ସେମାନଙ୍କ ସିଷ୍ଟମର ଏକୀକରଣ ଉପରେ ଧ୍ୟାନ ଦେବ । କିସାନ କ୍ରେଡିଟ୍ କାର୍ଡର ଡିଜିଟାଇଜେସନ୍ ଲୋନ୍ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାରେ ଏବଂ ଲୋନ୍ ନେଇଥିବା ବ୍ୟକ୍ତିଙ୍କ ମୂଲ୍ୟ ହ୍ରାସ କରିବାରେ ସାହାଯ୍ୟ କରିବ ।

ଲୋନ୍ ସମୟ ହ୍ରାସ ହେବ :-
ଏହା ବ୍ୟତୀତ ଆରବିଆଇ କହିଛି ଯେ, ଲୋନ୍ ଆବେଦନ କରିବା ଠାରୁ ଆରମ୍ଭ କରି ଏହାର ବିତରଣ ପର୍ଯ୍ୟନ୍ତ ସମୟ ମଧ୍ୟ ଯଥେଷ୍ଟ ହ୍ରାସ ପାଇବ । ଚାରି ସପ୍ତାହର ଏହି ସମୟକୁ ଦୁଇ ସପ୍ତାହ ହ୍ରାସ କରାଯାଇପାରେ । ଆରବିଆଇ ଅନୁଯାୟୀ, କୃଷକମାନଙ୍କର ଆର୍ଥିକ ଅନ୍ତର୍ଭୂକ୍ତ ପାଇଁ ଗ୍ରାମୀଣ ଲୋନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏଥିରେ କୃଷି ଏବଂ ସହଯୋଗୀ କ୍ଷେତ୍ର ତଥା ସହଯୋଗୀ ଶିଳ୍ପଗୁଡିକର ଆର୍ଥିକ ଆବଶ୍ୟକତା ପୂରଣ କରିପାରିବ ।

ଶସ୍ତା ଲୋନ୍:-
ଏହି ଯୋଜନାରେ ଲୋନ୍ ନେବା ଦ୍ୱାରା ଚାଷୀମାନଙ୍କୁ କମ୍ ସୁଧ ଦେବାକୁ ପଡିବ । କେସିସି ମାଧ୍ୟମରେ କୃଷକମାନେ ୫ ବର୍ଷରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସର୍ଟ ଟର୍ମ ଲୋନ୍ ନେଇପାରିବେ । କୃଷକମାନଙ୍କୁ ୯ ପ୍ରତିଶତ ହାରରେ ଲୋନ୍ ମିଳିଯିବ । ଏହା ପରେ ସରକାର ୨ ପ୍ରତିଶତର ସବସିଡି ଦେଉଛନ୍ତି । ଯଦି କୃଷକ ଲୋନ୍ ଠିକ୍ ସମୟରେ ପ୍ରଦାନ କରନ୍ତି, ତେବେ ତାଙ୍କୁ ଦୁଇ ପ୍ରତିଶତ ଅତିରିକ୍ତ ରିହାତି ପ୍ରଦାନ କରାଯିବ । ଏହିପ୍ରକାରର ଲୋନ୍ ଆପଣଙ୍କୁ ଉପରେ ୪ ପ୍ରତିଶତ ସୁଧ ଦେବାକୁ ପଡିବ ।

Get real time updates directly on you device, subscribe now.