fbpx

RCB vs CSK; ବର୍ଷା ହେଲେ କାହାକୁ ମିଳିବ ପ୍ଲେଅଫ୍ ଟିକେଟ? ଜାଣନ୍ତୁ ଏହି ମ୍ୟାଚର ସମୀକରଣ

Advertisement

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ପ୍ଲେଅଫ୍ ସମୀକରଣ ଏବେ ଖୁବ ରୋମାଞ୍ଚକର ହୋଇଛି । କୋଲକାତା, ରାଜସ୍ଥାନ ଏବଂ ହାଇଦ୍ରାବାଦ ପ୍ଲେଅଫ ପାଇଁ ସ୍ଥାନ ପକ୍କା କରି ସାରିଥିବା ବେଳେ ଚତୁର୍ଥ ଦଳ ପାଇଁ ରହିଛି ଅପେକ୍ଷା । ତେବେ ଏହି ଗୋଟିଏ ସ୍ଥାନ ପାଇଁ ୪ଟି ଦଳ ଭିତରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ତେଣୁ ଆସନ୍ତାକାଲି ହେବାକୁ ଥିବା ଚେନ୍ନାଇ–ବେଙ୍ଗଲୁରୁ ମ୍ୟାଚ ଉପରେ ରହିଛି ସମସ୍ତଙ୍କ ନଜର । ଏହି ମ୍ୟାଚରୁ ହିଁ ପ୍ଲେଅଫ୍ ପାଇଁ ଚତୁର୍ଥ ଦଳ ପାଇବ ଆଇପିଏଲ-୨୦୨୪ । ଉଭୟଙ୍କ ମଧ୍ୟରୁ ଜଣେ ପ୍ଲେଅଫକୁ ଯିବାର ସମ୍ଭାବନା ଖୁବ ଅଧିକ ରହିଛି । ତେବେ ଏହି ମ୍ୟାଚରେ ଯଦି ବର୍ଷା ବାଧକ ସାଜେ, ତେବେ କାହାକୁ ମିଳିବ ଫାଇଦା ?

ହାଇଦ୍ରାବାଦରେ ଗୁଜୁରାଟ-ହାଇଦ୍ରାବାଦ ମ୍ୟାଚରେ ବର୍ଷା କାରଣରୁ ରଦ୍ଦ ହେବା ପରେ ଏସଆରଏଚକୁ ପ୍ଲେଅଫ ଯିକେଟ ମିଳିଛି । ତେବେ ଏହି ତାଲିକାରେ ସବୁଠୁ ଆଗରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗସ ଏବଂ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । କିନ୍ତୁ ଅଧିକ ପଏଣ୍ଟ ଏବଂ ରନ୍-ରେଟ୍ ଅନୁସାରେ ଚେନ୍ନାଇ(୧୪ ପଏଣ୍ଟ, +୦.୫୨୮) ବେଙ୍ଗଲୁରୁ(୧୨ ପଏଣ୍ଟ, +୦.୩୮୭) ଅପେକ୍ଷା ଆଗରେ ରହିଛି । ତେଣୁ ଆସନ୍ତାକାଲି ମ୍ୟାଚରେ ବର୍ଷା ହେଲେ ଚେନ୍ନାଇ ପ୍ଲେଅଫରେ ପହଞ୍ଚିବ । ଶନିବାର ଏହି ମ୍ୟାଚ ଖେଳାଯିବାକୁ ଥିବା ବେଳେ ଏହିଦିନ ବର୍ଷା ହେବାକୁ ନେଇ ଭବିଷ୍ୟବାଣୀ କରିଛି ପାଣିପାଗ ବିଭାଗ । ଯଦି ଏହି ମ୍ୟାଚ ହେବା ଅସମ୍ଭବ ହୁଏ, ତେବେ ଚେନ୍ନାଇ ପ୍ଲେଅଫକୁ ଉନ୍ନୀତ ହେବ । କିନ୍ତୁ ଯଦି ମ୍ୟାଚ ଖେଳାଯାଏ, ତେବେ ବେଙ୍ଗଲୁରୁ ମ୍ୟାଚକୁ ୧୮ ରନରେ କିମ୍ବା ୧୮.୧ ଓଭରରେ ବିଜୟ ହାସଲ କରିବାକୁ ହେବ ।

ବେଙ୍ଗଲୁରୁ ପକ୍ଷରୁ ପୂର୍ବତନ ଅଧିନାୟକ ବିରାଟ କୋହଲି ଦମଦାର ଫର୍ମରେ ରହିଥିବା ବେଳେ ଅଧିନାୟକ ଫାଫ୍ ଡୁପ୍ଲେସିସଙ୍କ ବ୍ୟାଟରୁ ଭଲ ଇନିଂସର ଅପେକ୍ଷା ରହିଛି । ସେପଟେ ଚେନ୍ନାଇ ପକ୍ଷରୁ ଦମଦାର ଫର୍ମର ରହିଛନ୍ତି ଅଧିନାୟକ ଋତୁରାଜ ଗାଏକ୍ୱାଡ । ଏହାବ୍ୟତୀତ ଶିବମ ଦୁବେ ଏବଂ ଅନ୍ୟ ଖେଳାଳିଙ୍କ ବ୍ୟାଟରୁ ବଡ଼ ଇନିଂସର ଆଶା ରଖିଛନ୍ତି ମାହି । ଏହାବ୍ୟତୀତ ଚେନ୍ନାଇ ପାଇଁ ସବୁଠୁ ବଡ଼ ସମସ୍ୟା ପାଲଟିଛି ବୋଲିଂ ୟୁନିଟ । ଆହତ ଯୋଗୁଁ ପ୍ରମୁଖ ବୋଲରଙ୍କୁ ହରାଇବା ପରେ ଅନଭିଜ୍ଞ ବୋଲରଙ୍କୁ ନେଇ ଖେଳୁଛି ସିଏସକେ । ଯାହା ଚେନ୍ନାଇ ପାଇଁ ଏହି ମ୍ୟାଚରେ ମହଙ୍ଗା ପଡ଼ିପାରେ ।

Get real time updates directly on you device, subscribe now.