fbpx

ଡିସେମ୍ବର ୧୬ରେ ହେବ ହାଇସ୍କୁଲ ହିନ୍ଦୀ ଓ ସଂସ୍କୃତ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ନିଯୁକ୍ତିର ପୁର୍ନପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ – ଓଏସ୍‍ଏସ୍‍ସି ପକ୍ଷରୁ ବାତିଲ ହୋଇଥିବା ହାଇସ୍କୁଲ ହିନ୍ଦୀ ଓ ସଂସ୍କୃତ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ନିଯୁକ୍ତିର ପୁର୍ନପରୀକ୍ଷା ଆସନ୍ତା ଡିସେମ୍ବର ୧୬ରେ ଅନୁଷ୍ଠିତ ହେବ । ଏ ନେଇ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁସାରେ ଗତବର୍ଷ ନଭେମ୍ବରରେ ଟିଜିଟି ଶିକ୍ଷକ ନିଯୁକ୍ତି ପରୀକ୍ଷା ହୋଇଥିଲା । ହିନ୍ଦୀ ଓ ସଂସ୍କୃତ ବିଷୟ ପ୍ରଶ୍ନପତ୍ରରେ ପାଠ୍ୟକ୍ରମ ବାହାରୁ କିଛି ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ । ଏହାପରେ ଓଏସ୍‍ଏସ୍‍ସି ପକ୍ଷରୁ ଏହି ଦୁଇ ବିଷୟର ପରୀକ୍ଷାକୁ ବାତିଲ କରାଯାଇଥିଲା ।

ତେବେ ହିନ୍ଦୀ ଓ ସଂସ୍କୃତ ବର୍ଗ ବ୍ୟତୀତ ଅନ୍ୟ ସମସ୍ତ ବର୍ଗର ପରୀକ୍ଷାଫଳ ଗତକାଲି ପ୍ରକାଶ ପାଇଛି । ଏଥିରେ ସମୁଦାୟ ୫ ହଜାର ୮୪୨ ଜଣ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଦୁଇଟି ବିଷୟରେ ପାଠ୍ୟକ୍ରମ ବାହାରୁ ପ୍ରଶ୍ନପତ୍ର ଆସିଥିବା ନେଇ ଅଭିଯୋଗ ହୋଇଥିଲା । ଫଳରେ ଏହି ଦୁଇଟି ବିଷୟରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ହିନ୍ଦୀ ଓ ସଂସ୍କୃତ ପାଇଁ ଆସନ୍ତା ଡିସେମ୍ବରରେ ପୁନଃ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା ।

Get real time updates directly on you device, subscribe now.