fbpx

ଜୁନ୍‌ ପ୍ରଥମ ସପ୍ତାହରେ ଲଞ୍ଚ କରିବ ରିଅଲମିର ଶକ୍ତିଶାଳୀ ସ୍ମାର୍ଟଫୋନ୍ ‘ରିଅଲମି- GT’, ୪୫୦୦ ଆମ୍ପିୟର ବ୍ୟାଟେରୀ ସହ ମିଳିବ ଆମୋଲେଡ୍ ଡିସ୍‌ପ୍ଲେ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲ୍ମି ପକ୍ଷରୁ ଆଉ ଏକ ନୂତନ ଶକ୍ତିଶାଳୀ ସ୍ମାର୍ଟଫୋନ୍ ବଜାରକୁ ଆସିବାକୁ ଯାଉଛି। ଏବେ ବଜାରରେ ରିଅଲମି ଜିିଟି ଇଣ୍ଡିଆ ସ୍ମାର୍ଟଫୋନ୍‌ ଉପଲବ୍ଧ ହୋଇଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଏଥିରେ ନୂତନତ୍ୱ ଅଣାଯାଇଛି । ଏହି ମୋବାଇଲର ୧୨୦ ଏଚ୍‌ଜେଡ୍‌ ଆମୋଲେଡ୍ ଡିସ୍‌ପ୍ଲେ ରହିଥିବା ବେଳେ ୬୪ ମେଗାପିକ୍‌ସେଲ କ୍ୟାମେରା ଓ ୪୫୦୦ ଆମ୍ପିୟର ବ୍ୟାଟେରୀ କ୍ଷମତା ରହିଥିବା ଜଣାପଡ଼ିଛି ।

ଏହି ମୋବାଇଲ ଗ୍ରାହକଙ୍କୁ ଅଧିକ ଆକୃଷ୍ଟ କରିବା ନିମନ୍ତେ ଚାଇନା ପ୍ରୟାସ କରିଛି । ଏଥିସହ ରିଅଲମି ଜିଟି ୫ଜି ଆସନ୍ତା ଜୁନ୍‌ ୩ ତାରିଖରେ ବଜାର ପ୍ରବେଶ କରିବ । ଏହାରବଜାର ମୂଲ୍ୟ ୩୧,୪୯୦ ଟଙ୍କା ରହିବ ବୋଲି ସ୍ଥିର ହୋଇଛି

Get real time updates directly on you device, subscribe now.