fbpx

ଆମ୍ବୁଲାନ୍ସରୁ ଜବତ ହେଲା ମଦ

ଖୋର୍ଦ୍ଧା(ଓଡ଼ିଶା ଭାସ୍କର): କରୋନା କାଳ ପାଇଁ ଲାଗିଛି ସବୁ କଟକଣା । ଘରୁ ବାହାରିଲେ ସାଧାରଣ ନାଗରିକ ଭୟ କରୁଛି । ଗୋଟିଏ ପଟେ ରୋଗ ଭୟ, ଅନ୍ୟପଟେ କଟକଣାକୁ ନେଇ ପୁଲିସ୍ ପ୍ରତି ଭୟ । ତେବେ ଏହାରି ମଧ୍ୟରେ ବିଭିନ୍ନ ଉପାୟରେ ପୋଲିସକୁ ଚକମା ଦେଇ ମାତିଛନ୍ତି ଅପରାଧୀ ଓ କଳାବଜାରୀ । ନିଶାଡ଼ି ଓ ନିଶା କାରବାର କରୁଥିବା ଦୁର୍ବୃତ୍ତମାନେ କୌଣସି ପ୍ରକାରେ ସେମାନଙ୍କ କଳା କାରବାର ଚାଲୁ ରଖିଛନ୍ତି । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧାରେ । ହଳଦିଆ ଛକ ନିକଟରେ ଖୋର୍ଦ୍ଧା ପୋଲିସ ଏକ ଆମ୍ବୁଲାନ୍ସ ଜବତ କରିଛି । ଯେଉଁଥିରେ ମଦ ବୋଝେଇ ହୋଇଥିଲା । ଏହାପରେ ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ସରଗରମ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ଆଠଗଡ଼ରୁ ଏକ ଆମ୍ବୁଲାନ୍ସ ଦେଶୀ ମଦ ଧରି ଖୋର୍ଦ୍ଧା ଅଭିମୁଖେ ଆସୁଥିଲା । ଏହି ସମୟରେ ଖୋର୍ଦ୍ଧା ପୋଲିସ ଆମ୍ବୁଲାନ୍ସକୁ ହଳଦିଆ ଛକ ନିକଟରେ ଅଟକାଇଥିଲା । ସେଥିରୁ ୧୦ ଳିଟର ଦେଶୀ ମଦ ଜବତ କରିବା ସହ ଆମ୍ବୁଲାନ୍ସ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଗିରଫ ଡ୍ରାଇଭର ଜଣଙ୍କ ହେଉଛନ୍ତି ସରୋଜ ତ୍ରିପାଠୀ । ଏନେଇ ଅଧିକ ତନାଘନା ଚାଲିଛି ।

Get real time updates directly on you device, subscribe now.