ବାରମ୍ବାର ପରିସ୍ରା ଲାଗିବା ସମସ୍ୟା ସହ ଆପଣ ବି ସଂଘର୍ଷ କରୁଛନ୍ତି କି? ତେବେ ହୋଇଯାନ୍ତୁ ସତର୍କ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ

(ଓଡ଼ିଶା ଭାସ୍କର): ଶୀତଦିନେ ଲୋକଙ୍କୁ ଅଧିକ ପରିସ୍ରା ଲାଗେ । କିଛି ଲୋକ ଏମିତି ଥାନ୍ତି, ଯେଉଁମାନଙ୍କୁ ପ୍ରତିଘଣ୍ଟା ବାରମ୍ବାର ପରିସ୍ରା ଲାଗିଥାଏ । ଡାକ୍ତରଙ୍କ ମତରେ ଖରା ଦିନ ଅପେକ୍ଷା ଶୀତଦିନେ ଲୋକ ଅଧିକ ୟୁରିନ୍ ଯାଆନ୍ତି । କାରଣ ଶୀତଦିନେ ଆମ ଶରୀରରୁ କମ୍ ଝାଳ ବାହାରେ । ଯେଉଁ କାରଣରୁ ଆମ ଶରୀରରେ ଥିବା ମାତ୍ରାଧିକ ପାଣି ଝାଳରେ ନ ବାହାରି ପରିସ୍ରାରେ ବାହାରିଯାଏ ।

୨୪ ଘଣ୍ଟାରେ ୭ରୁ ୮ ଥର ପରିଶ୍ରା କରିବା ନରମାଲ । ଯଦି କାହାକୁ ପ୍ରତି ଘଣ୍ଟାକୁ ପରିସ୍ରା ଯିବାକୁ ପଡେ ତେବେ ତାକୁ ଫ୍ରୀକ୍ୱେଣ୍ଟ ୟୁରିନେଶନ କୁହାଯାଏ । ଶୀତଦିନରେ ଲୋକମାନେ ଅଧିକ ମାତ୍ରାରେ ଚା’ କଫି ପିଇବାକୁ ପସନ୍ଦ କରନ୍ତି । ଚା ଓ କଫିରେ ଡୁ୍ୟରେଟିକ୍ ପ୍ରର୍ପଟି ଥିବା କାରଣରୁ ଲୋକଙ୍କୁ ଅଧିକ ଥର ପରିସ୍ରା ଲାଗେ । ୪୦ରୁ ୪୫ ବର୍ଷ ବୟସର ଲୋକଙ୍କ ଶରୀରରେ ପ୍ରୋଷ୍ଟେଟ୍ ହରମୋନ ବଢ଼ିବା କାରଣରୁ ସେମାନଙ୍କୁ ବାରମ୍ବାର ପରିସ୍ରା ଲାଗେ । ଅନ୍ୟପକ୍ଷେ ଶରୀରରେ ବିଭିନ୍ନ ପ୍ରକାର ରୋଗ ହେଲେ ବି ପରିସ୍ରା ଜନିତ ସମସ୍ୟା ଦେଖିବାକୁ ମିଳେ । ଯଦି କୌଣସି ବ୍ୟକ୍ତି ପ୍ରତି ଘଣ୍ଟାରେ ପରିସ୍ରା କରୁଛନ୍ତି ତେବେ ତାଙ୍କୁ କୌଣସି ଜଟିଳ ରୋଗ ହେବାର ଆଶଙ୍କା ମଧ୍ୟ ରହିଛି ।
ମଣିଷ ଶରୀରର ମୂତ୍ରାଶୟ ୩୦୦ରୁ ୪୦୦ ଏମଏଲ ପରିସ୍ରା ଧାରଣ କରିବାର କ୍ଷମତା ରହିଥାଏ । ଯଦି କୌଣସି ବ୍ୟକ୍ତିଙ୍କ ମୂତ୍ରାଶୟ ସେନସିଟିଭ ହୋଇଯାଏ ତେବେ ସେଥିରେ ୧୦୦ ଏମଏଲ୍ ପରିସ୍ରା ରହିଲେ ମଧ୍ୟ ତାଙ୍କୁ ୟୁରିନ୍ ଲାଗେ । ୟୁରିନ୍ ଇନଫେକ୍ସନ ଏବଂ ହାଇବ୍ଲଡ୍ ସୁଗାର ହେଲେ ମଧ୍ୟ ବ୍ୟକ୍ତିଙ୍କୁ ବାରମ୍ବାର ପରିସ୍ରା ଲାଗେ । ମଧୁମେହ ଯୋଗୁ ମଧ୍ୟ ୟୁରିନ୍ ପ୍ରୋବ୍ଲେମ୍ ଦେଖାଯାଏ । ଯଦି ଆପଣଙ୍କ ଶରୀରରେ ଏମିତିକିଛି ଅସୁବିଧା ପରିଲକ୍ଷିତ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ରୋଗ ଚିହ୍ନିବା ବିଳମ୍ବ କରିଦେଲେ ତାହା ଭବିଷ୍ୟତରେ ବଡ଼ ରୋଗ ଭାବେ ଉଭା ହେବ । ସେଥିପାଇଁ ଶରୀର ପ୍ରତି ଯତ୍ନବାନ ହେବା ପ୍ରତ୍ୟେକ ଲୋକର ଦାୟିତ୍ୱ ।