ଦେଶରେ ୧୫୦ ମେଡିକାଲ କଲେଜ ହରାଇବେ ସ୍ୱୀକୃତି, ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରେ ପ୍ରାୟ ୧୫୦ ମେଡିକାଲ କଲେଜର ମାନ୍ୟତା ଋଦ୍ଧ କରିପାରନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ମେଡିକାଲ କଲେଜ ଗୁଡ଼ିକରେ ଯାଞ୍ଚ ସମୟରେ ଅନେକ ପ୍ରକାର ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ।

ବର୍ତ୍ତମାନ ସୁଦ୍ଧା ୪୦ ମେଡିକାଲ କଲେଜ ମାନ୍ୟତା ଋଦ୍ଧ ହୋଇସାରିଛି । ଏପର୍ଯ୍ୟନ୍ତ ଯେଉଁ ମେଡିକାଲ କଲେଜ ଗୁଡ଼ିକର ମାନ୍ୟତା ଋଦ୍ଧ ହୋଇଛି ଏଥିରେ ଗୁଜରାଟ, ଆସମ, ପଡୁଚେରୀ, ତାମିଲନାଡ଼ୁ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତ୍ରିପୁରା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ରହିଛନ୍ତି ।

ଏହି କଲେଜଗୁଡ଼ିକରେ କ୍ୟାମେରା, ବାୟୋମେଟ୍ରିକ୍ ଉପସ୍ଥାନ, ଅଧ୍ୟାପିକା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଜିନିଷର ଅଭାବ ପାଇବା ପରେ ଜାତୀୟ ଚିକିତ୍ସା ଆୟୋଗ ଏହି ପଦକ୍ଷେପ ନେଇଛନ୍ତି । ଗତ ମାସରେ ଏହି କଲେଜଗୁଡ଼ିକରେ କରାଯାଇଥିବା ଅନୁସନ୍ଧାନ ସମୟରେ ଏହି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ତେବେ ଯେଉଁ କଲେଜଗୁଡ଼ିକର ସ୍ୱୀକୃତି ଏପର୍ଯ୍ୟନ୍ତ ବାତିଲ ହୋଇଛି, ସେମାନଙ୍କ ପାଖରେ ଆବେଦନ କରିବାର ବିକଳ୍ପ ଅଛି ।

ଯଦି ସେମାନେ ଚାହାଁନ୍ତି, ସ୍ୱୀକୃତି ବାତିଲ ହେବା ପରଠାରୁ ଆଗାମୀ ୩୦ ଦିନ ମଧ୍ୟରେ ସେମାନେ ଜାତୀୟ ମେଡିକାଲ କମିଶନଙ୍କ ନିକଟରେ ପ୍ରଥମ ଆବେଦନ କରିପାରିବେ । ଏହି କଲେଜଗୁଡ଼ିକ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଦ୍ୱିତୀୟ ଆବେଦନ କରିପାରିବେ । ଏବଂ ଦୁଇ ମାସ ମଧ୍ୟରେ କଲେଜରୁ ମିଳିଥିବା ଆବେଦନକୁ ଜାତୀୟ ମେଡିକାଲ କମିଶନ ଏବଂ ମନ୍ତ୍ରଣାଳୟର ସମାଧାନ କରିବାକୁ ପଡିବ ।