fbpx

ଚାରଧାମ ଯାତ୍ରା: ଭଗବାନ ଶିବଙ୍କ ଦର୍ଶନ ଲାଗି ବ୍ୟାକୁଳ ଭକ୍ତ, ୧୯ତମ ଦିନରେ ପହଞ୍ଚିଲେ ରେକର୍ଡ ଶ୍ରଦ୍ଧାଳୁ

Advertisement

ଉତ୍ତରାଖଣ୍ଡ: ଚାରଧାମ ତିର୍ଥଯାତ୍ରା ଆସୁଥିବା ଯାତ୍ରୀଙ୍କ ସଂଖ୍ୟା ୧୯ତମ ଦିନରେ ଆଠ ଲକ୍ଷ ପହଞ୍ଚିଯାଇଛି । ଦୁଇବର୍ଷ ପରେ ରେକର୍ଡ ସଂଖ୍ୟକ ଯାତ୍ରୀ ଉତ୍ତରାଖାଣ୍ଡରେ ପହଞ୍ଚିଛନ୍ତି । କେଦାରନାଥ ଦର୍ଶନ ପାଇଁ ଖାସକରି ଯୁବଯାତ୍ରୀମାନେ ଜବରଦସ୍ତ ଉତ୍ସାହ ଦେଖାଉଛନ୍ତି । ପ୍ରତିଦିନ ତିର୍ଥଯାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।

 

ଚାରଧାମ ଯାତ୍ରାରେ ଆସୁଥିବା ଯାତ୍ରୀଙ୍କ ଭିଡ଼ ଆଗରେ ସାଧନ କମ୍ ପଡୁଥିବା ନଜର ଆସିଲାଣି । ଭିଡ଼ ଏପରି ବଢୁଛି ଯେ, ହରିଦ୍ୱାର ଏବଂ ଋିଷିକେଶରେ ତିର୍ଥଯାତ୍ରୀଙ୍କ ପାଇଁ ବସ୍ ଯୋଗାଡ଼ କରିବା ପାଇଁ ୩ରୁ ୪ଦିନ ଲାଗି ଯାଉଛି । ଏଥିପାଇଁ ତିର୍ଥଯାତ୍ରୀ କିଛି ଦିନ ପର୍ଯ୍ୟନ୍ତ ହରିଦ୍ୱାର ଏବଂ ଋିଷିକେଶରେ ଧର୍ମଶାଳାରେ ରହୁଛନ୍ତି ।

Record Eight Lakh Pilgrims Reached Chardham In 19 Days, The Number Of Devotees Is Increasing Continuously - Chardham Yatra : 19 दिन में रिकार्ड आठ लाख यात्री पहुंचे चारधाम, लगातार बढ़ रही है श्रद्धालुओं की संख्या - Amar Ujala Hindi News Live

 

ତେବେ ଅନ୍ୟରାଜ୍ୟରୁ ଆସୁଥିବା ଏପରିକ ଅନେକ ଯାତ୍ରୀ ଅଛନ୍ତି ଯେଉଁମାନେ ଚାରଧାମ ଯାତ୍ରା ପାଇଁ ବୁକିଂ କରିଛନ୍ତି କିନ୍ତୁ ଋଷିକେଶ-ହରିଦ୍ୱାରରେ ସେମାନଙ୍କୁ ବସ୍ ନମିଳିବାରେ ସେମାନେ ବାଧ୍ୟ ହୋଇ ନିଜ ଘରକୁ ଫେରିଯାଉଛନ୍ତି । ତେବେ ଅଧିକ ଯାତ୍ରୀ ଆସିବା ଫଳରେ ହୋଟେଲ, ଧର୍ମଶାଳା ଚାଳକ, ଅଟୋ ମାନଙ୍କୁ ଏହି ସମୟରେ ଭଲ କାମ ମିଳୁଥିଲେ ମଧ୍ୟ ଆଶାରୁ ଅଧିକ ଯାତ୍ରୀ ଆସିବା ଫଳରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳୁଛି ।

ପର୍ଯ୍ୟଟନ ବିଭାଗରୁ ମିଳିଥିବା ସୂଚନା ମୁତାବକ ଋିଷିକେଶର ପ୍ରଶାସନିକ ଅଧିକାରୀ ଏ.କେ ଶ୍ରୀବାସ୍ତବ କହିଛନ୍ତି ଯେ ମେ ୩ରେ, ୯୨୯୯ ତୀର୍ଥଯାତ୍ରୀ ଗାଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ପରିଦର୍ଶନ କରିଥିଲେ। ମେ ୪ରେ ୧୩୯୪୫, ମେ ୫ ରେ ୧୪୦୦୬, ଗାଙ୍ଗୋତ୍ରୀ, ଯମୁନୋତ୍ରୀ ଏବଂ କେଦାରନାଥରେ ୬ ମେ ରେ ୩୭୧୧୨, ୩୧୭୦୦ ମେ ୭, ୫୮୪୭୧ ମେ ୮, ୪୭୨୪୭ ମେ ୯, ୪୯୩୫୩ ମେ ୧୦, ୪୫୬୭୮ ୧୩ ମେ ରେ ୫୩୪୬୦, ୧୩ ମେ ରେ ୫୦୫୧୬, ୧୪ ମେ ରେ ୫୩୦୪୩, ୧୫ ମେ ରେ ୫୬୪୯୧, ୧୬ ମେ ରେ ୫୨୩୨୫, ୧୭ ମେ ରେ ୪୭୬୭୭, ୧୮ ମେ ରେ ୪୯୪୪୮, ୧୯ ମେ ରେ ୩୬୭୮୮, ୨୦ ମେ ରେ ୪୬୪୧୩, ୨୧ ମେ ରେ ୪୬୯୬୦ ଆସିଥିଲେ । ଏପର୍ଯ୍ୟନ୍ତ ମୋଟ ୭,୯୯,୯୩୨ ତୀର୍ଥଯାତ୍ରୀ ଧାମ ପରିଦର୍ଶନ କରିଛନ୍ତି ।

Get real time updates directly on you device, subscribe now.