ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ କ୍ଷେତ୍ରରେ ନିଯୁକ୍ତି ପାଇବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ମିଳିଛି ବଡ଼ ସୁଯୋଗ । ବ୍ୟାଙ୍କ ଅଫ୍ ବରୋଦା ତରଫରୁ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ମ୍ୟାନେଜର, ମ୍ୟାନେଜର ବିଜନେସ୍ ଫାଇନାନ୍ସ, ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ, ରିଲେସନସିପ୍ ମ୍ୟାନେଜର, ପ୍ରଡକ୍ଟ ହେଡ୍ ସମେତ ଅନ୍ୟାନ୍ୟ ପଦରେ ନିଯୁକ୍ତି ପାଇପାରିବେ ଯୋଗ୍ୟ ପ୍ରାର୍ଥୀ । ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏଥିପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ https://www.bankofbaroda.in/ କୁ ଯାଇ ଆବେଦନ କରିପାରିବେ ।
ଆବେଦନକାରୀଙ୍କ ଯୋଗ୍ୟତା:
ବ୍ୟାଙ୍କ ଅଫ୍ ବରୋଦା ତରଫରୁ ଜାରି ହୋଇଥିବା ସୂଚନା ଅନୁସାରେ, ମୋଟ ୫୯୨ଟି ପଦ ପାଇଁ ନିଯୁକ୍ତି ପ୍ରକାଶ ପାଇଛି । ତେେ ମ୍ୟାନେଜର କିମ୍ବା ବିଜେନେସ ଫାଇନାନ୍ସ ପଦରେ ନିଯୁକ୍ତି ପାଇବାକୁ ଇଚ୍ଛୁକ ପ୍ରାର୍ଥୀ ସିଏ କିମ୍ବା ଏମବିଏ ଇନ୍ ଫାଇନାନ୍ସରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ସେହିପରି ଏମଏସଏମଇ ରିଲେସନସିପ୍ ମ୍ୟାନେଜର ପଦ ପାଇଁ ଆବେଦନକାରୀଙ୍କୁ ଯେକୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ସ୍ନାତକ ପାସ୍ କରିଥିବା ଆବଶ୍ୟକ । ତେବେ ଏମବିଏ ହାସଲ କରିଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ । ଏହାବ୍ୟତୀତ ଏମଏସଏମଇ ରିଲେସନସିପ୍ ମ୍ୟାନେଜର ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ମଧ୍ୟ ଗ୍ରାଜୁଏଟ୍ ହାସଲ କରିଥିବା ଆବଶ୍ୟକ । ତେବେ ଏହି ପଦ ପାଇଁ ଏମବିଏ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ମିଳିବ ।
ଆବେଦନକାରୀଙ୍କ ବୟସସୀମା:
ମ୍ୟାନେଜର ଫାଇନାନ୍ସ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୨-୨୮ ବର୍ଷ ହୋଇଥିବା ଆବଶ୍ୟକ । ସେହିପରି ବିଜନେସ ମ୍ୟାନେଜର ଡେବିଟ୍ କାର୍ଡ ପାଇଁ ପ୍ରାର୍ଥୀଙ୍କ ବୟସ ୨୫-୩୫ ବର୍ଷ ହୋଇଥିବା ବେଳେ ପ୍ରୋଜେକ୍ଟ ମ୍ୟାନେଜର ହେଡ୍ ପୋଷ୍ଟ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୩୩ ର୍ବେରୁ ୪୫ ବର୍ଷ ମଧ୍ୟ ରହିବା ଆବଶ୍ୟକ । ତେବେ ଆବେଦନ ପାଇଁ ସଂରକ୍ଷିତ, EWS ଏବଂ OBC ବର୍ଗ ଆବେଦନକାରୀଙ୍କୁ ଏହି ନିଯୁକ୍ତି ପାଇଁ ୬୦୦ ଟଙ୍କା ଦେବାକୁ ପଡିବ । ଏସସି, ଏସଟି, ପିଡବ୍ଲ୍ୟୁଡି ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ଦେବାକୁ ପଡିବ।
କିପରି କରିବେ ଆବେଦନ?
- ଆବେଦନ କରିବା ପାଇଁ ପ୍ରଥମେ ବ୍ୟାଙ୍କ ଅଫ୍ ବରୋଦାର ଅଫିସିଆଲ ୱେବସାଇଟ https://www.bankofbaroda.in/କୁ ଯାଆନ୍ତୁ
- ‘Career Tab’ ଅନ୍ତର୍ଗତ ‘Current Opportunities’ ଉପରେ କ୍ଲିକ କରନ୍ତୁ ।
- ‘BOB/HRM/REC/ADVT/2024/06’ ଚୟନ କରନ୍ତୁ ।
- ବର୍ତ୍ତମାନ ଫର୍ମ ପୂରଣ କରନ୍ତୁ । ଡକ୍ୟୁମେଣ୍ଟ ଅପଲୋଡ କରି ଶୁଳ୍କ ପୈଠ କରନ୍ତୁ ।
- ଶେଷରେ ଫର୍ମ ସବମିଟ୍ କରି ଏହାର ଏକ ପ୍ରିଣ୍ଟ ଆଉଟ୍ ବାହାର କରିପାରିବେ ।