fbpx

ଏହି କାରଣ ପାଇଁ ନାଲି ପଡିଥାଏ ଆଖି, କରନ୍ତୁ ନାହିଁ ଅଣଦେଖା; ନଚେତ ହୋଇପାରେ ଅସୁବିଧା

ସାଧାରଣତଃ କିଛି ଲୋକଙ୍କ ଅଖି ପ୍ରାୟତଃ ନାଲି ଦେଖାଯାଏ । ଅଖି ନାଲି ଥକାପଣ କାରଣରୁ ହୋଇଥାଏ । ଲାପଟପ କିମ୍ବା ଫୋନ ଅଧିକ ସମୟ ଧରି ଦେଖିବା ଦ୍ୱାରା ଆଖି ନାଲି ପଡିବାର ବଡ କାରଣ ହୋଇଥାଏ । ଅନେକ ଜୀବାଣୁ ମଧ୍ୟ ଏହି ସମସ୍ୟା ସୃଷ୍ଟି କରିପାରନ୍ତି । ଏହାଦ୍ୱାରା ଅଖି ପୋଡିବା ସହ ଯନ୍ତ୍ରଣା ମଧ୍ୟ ହୋଇଥାଏ । ତେବେ ନାଲି ଆଖିର କାରଣ କଣ ଏବଂ ଏହା ଘରୋଇ ଉପଚାର ମାଧ୍ୟମରେ କିପରି ଠିକ ହୋଇପାରିବ ଆସନ୍ତୁ ଜାଣିବା ।

– ସଂକ୍ରମଣ କାରଣରୁ ଆଖି ନାଲି ପଡିଥାଏ । କୌଣସି ପ୍ରକାର ଭାଇରସ ବା ବ୍ୟାକ୍ଟେରିଆ ଆଖିକୁ ନାଲି କରିଦେଇଥାନ୍ତି । ଏହି ସଂକ୍ରମଣ ପାଇଁ ଅଖିରେ ପାଣି ବାହାରିଥାଏ ।

-ଆଖିର ନାଲିପଣ ଏଲାର୍ଜି କାରଣରୁ ହୋଇଥାଏ । କିଛି ଲୋକଙ୍କୁ ଫୁଲର ବାସ୍ନା ପାଇଁ ଏଲାର୍ଜି ହୋଇଥାଏ । ଏହାଦ୍ୱାରା ବ୍ୟାପୁଥିବା ଏଲାର୍ଜି ପାଇଁ ଏବଂ ମାଟି ଧୂଳି ଉଡି ଆଖି ନାଲି ପଡିଥାଏ ।

-କଣ୍ଟାକ୍ଟ ଲେନ୍ସ ବ୍ୟବହାର କାରଣରୁ ମଧ୍ୟ ଆଖି ନାଲି ପଡିଯାଏ । କିଛି ସମୟରେ ଲେନ୍ସକୁ ଆଖିରେ ଲଗାଇବା ଦ୍ୱାରା ଇନଫେକ୍ସନ ହୋଇ ଆଖି ପୋଡେ । ଯଦି ଆପଣ ଲେନ୍ସକୁ ରାତିରେ ପିନ୍ଧିକି ଶୋଉଛନ୍ତି ତେବେ ଏହା କ୍ଷତିକାରକ ହୋଇପାରେ । ଏହି କାରଣରୁ ଆଖିରେ ଥିବା କର୍ଣ୍ଣିଆ ଫୁଲିଥାଏ ।

-ଯଦି ଆଖି ସର୍ବଦା ନାଲି ହୋଇ ରହୁଛି ତେବେ ଏହା ପଛରେ ବ୍ଲେଫରାଇଟିସ ନାମକ ଏକ ଭୟାନକ ରୋଗ ହୋଇପାରେ । ଏଥିରେ ଆଖିପତା କୁଣ୍ଡାଇ ହୋଇ ନାଲି ହୋଇଯାଏ । ବ୍ଲେଫରାଇଟିସ ରୋଗ ଖରାପ ବ୍ୟୁଟି ପ୍ରଡକ୍ଟ କାରଣରୁ ହୋଇଥାଏ । ଏକ୍ସପାୟର ବ୍ୟୁଟି ପ୍ରଡକ୍ଟ ଯଦି ଆଖିରେ ଲାଗାଉଛନ୍ତି ତେବେ ଏହି ରୋଗର ସାମ୍ନା କରିବାକୁ ପଡିଥାଏ ।

ନାଲି ଆଖିର ଚିକିତ୍ସା
ନାଲି ପଡୁଥିବା ଆଖିର ଯଦି ଚିକିତ୍ସା କରାଯାଏ ନାହିଁ ତେବେ ଏହା ଏକ ଗମ୍ଭୀର ରୂପ ଧାରଣ କରିଥାଏ । ଠିକ ସମୟରେ ଏହାର ଯତ୍ନ ନେବା ନିହାତି ଆବଶ୍ୟକ । ନାଲି ଆଖି ହେବା ଦ୍ୱାରା କିଛି ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ଏଥିପାଇଁ ପ୍ରଥମେ ହାତକୁ ଭଲଭାବେ ଧୋଇ ନିଅନ୍ତୁ । ଏହାପରେ ଆଣ୍ଟି ବ୍ୟାକ୍ଟେରିଆଲ ଡ୍ରପକୁ ଆଖିରେ ପକାନ୍ତୁ । ଫଳରେ ଇନଫେକ୍ସନ ଦୂର ହେବା ଦ୍ୱାରା ଆଖି ନାଲି କମିଯିବ ।

Get real time updates directly on you device, subscribe now.