fbpx

ପୁଣି ପୁରୁଷଙ୍କୁ ପଛରେ ପକାଇଲେ ମହିଳା , ଅଙ୍ଗ ଦାନରେ ମଧ୍ୟ ମହିଳା ନମ୍ବର ୧:ରିପୋର୍ଟ

ଭୁବନେଶ୍ୱର:ଅଙ୍ଗ ଦାନ ମହାପୂଣ୍ୟ । ଅଙ୍ଗଦାନକୁ ନେଇ ବର୍ତ୍ତମାନ ସମୟରେ ବହୁ ତତ୍ପରତା ଦେଖିବାକୁ ମିଳୁଛି । ସେଥିପାଇଁ ବିଗତ୭ ବର୍ଷ ମଧ୍ୟରେ ପ୍ରାୟ ଅଙ୍ଗଦାନ କରିବାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଭାରତରେ ୭ବର୍ଷ ମଧ୍ୟରେ ଅଙ୍ଗଦାନ ୫୦ ପ୍ରତିଶତ ବୃଦ୍ଧି ପାଇଛି । କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ପରିମାଣରେ ଟ୍ରାନ୍ସପ୍ଲାଣ୍ଟ ସଂଖ୍ୟା ବୃଦ୍ଧି ପାଉଛି ସେ ତୁଳନାରେ ଏହା ବହୁତ କମ ।

ଅର୍ଗାନ ଇଣ୍ଡିଆର ସୂଚନା ଅନୁସାରେ ଭାରତରେ ୨୦୧୪ରେ କେବଳ ୬,୯୧୬ ଅଙ୍ଗ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ବେଳେ ଏହାର ମାତ୍ରା ୨୦୧୨ରେ ବୃଦ୍ଧି ପାଇ ୧୨,୨୫୯ ହୋଇଛି । ଦେଖିବାକୁ ଗଲେ ଏହି କ୍ଷେତ୍ରରେ ପ୍ରା ୭୭ ପ୍ରତିଶତ ବୃଦ୍ଧି ପାଇଛି । ଯାହା ମଧ୍ୟରେ କିଡନୀ,ଲିବର,ହାର୍ଟ,ଫୁସଫୁସ,ଅଗ୍ନାଶୟ ରହିଛି ।

ସେହିଭଳି ମିଳିଥିବା ସୂଚନାଅନୁସାରେ ଗଚ୍ଛବର୍ଷ ତୁଳନାରେ ୨୦୧୪ ରେ ମୃତକଙ୍କ ଦ୍ୱାରା କରାଯାଉଥିବା ଅଙ୍ଗଦାନ ସଂଖ୍ୟା୧,୦୩୦ ରହିଥିଲା । ଯେଉଁଥିରେ ଏବେ ୫୩ ପ୍ରତିଶତ ବୃଦ୍ଧି ହୋଇଥିବା ସୂଚନା ରହିଛି । ତେବେ ଏହା ଭିତରେ ଜୀବିତ ଲୋକଙ୍କ ଅଙ୍ଗ ସାମିଲ ନାହିଁ ।

ଦେଖିବାକୁ ଗଲେ ବର୍ତ୍ତମାନ ସୁଦ୍ଧା ଦେଶରେ ବହୁ ଲୋକ ଅଛନ୍ତି ଯେଉଁମାନେ ଅଙ୍ଗଦାନ ବିଷୟରେ କିଛି ଜାଣି ନାହାନ୍ତି । ସେମାନେ ଏହା ବୁଝି ପାରୁ ନାହାନ୍ତି ଯେ ଏହା ଦ୍ୱାରା ଆମେ ବହୁ ଲୋକଙ୍କର ଜୀବନ ବଞ୍ଚାଇ ପାରିବା । କିଛି କିଛି ପରିବାର ମଧ୍ୟ ଅଛନ୍ତି ଯେଉଁମାନେ ମୃତ ଲୋକଙ୍କ ଅଙ୍ଗ ଦାନକୁ ରୋକି ଥାଆନ୍ତି ।

ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ (ଡିଜିଏଚଏସ) ର ୱେବସାଇଟରେ ଦିଆଯାଇଥିବା ସରକାରୀ ଆକଳନ ଅନୁଯାୟୀ ପ୍ରତିବର୍ଷ ପ୍ରାୟ ୧.୮ ଲକ୍ଷ ଲୋକ କିଡନୀ ରୋଗ ରେ ପୀଡିତ। ତଥାପି ସମୁଦାୟ କିଡନୀ ପ୍ରତିରୋପଣ ସଂଖ୍ୟା ପ୍ରାୟ ୬,୦୦୦ | ଭାରତରେ ପ୍ରତିବର୍ଷ ପ୍ରାୟ ୨୫,୦୦୦ ରୁ ୩୦,୦୦୦ ଯକୃତ ପ୍ରତିରୋପଣ ଆବଶ୍ୟକ, କିନ୍ତୁ କେବଳ ୧,୫୦୦ ଯକୃତ ପ୍ରତିରୋପଣ କରାଯାଉଛି |ସେହିଭଳି, ପ୍ରତିବର୍ଷ ପ୍ରାୟ ୫୦,୦୦୦ ଲୋକ ହୃଦଘାତରେ ମୃତ୍ୟୁ ବରଣ କରନ୍ତି, କିନ୍ତୁ ପ୍ରତିବର୍ଷ କେବଳ୧୦ ରୁ ୧୫ ହୃତପିଣ୍ଡ ପ୍ରତିରୋପଣ କରାଯାଇଥାଏ | ଭାରତରେ ମୋଟ ଅଙ୍ଗ ଦାନ ଏବଂ ଅଙ୍ଗ ପ୍ରତିରୋପଣ ମଧ୍ୟରେ ପାର୍ଥକ୍ୟ ଆକଳନ କରିବା କଷ୍ଟକର।

ଅନୁସନ୍ଧାନରୁ ଜଣାପଡିଛି ଯେ ଭାରତରେ ୧୨,୬୨୫ ପ୍ରତିରୋପଣ ମଧ୍ୟରୁ ୭୨.୫% ପୁରୁଷ ଥିଲେ। ବିଗତ ୨୦ ବର୍ଷ ମଧ୍ୟରେ ହୋଇଥିବା ବିଶ୍ଳେଷଣରୁ ଜଣାଯାଇଛି ଯେ ଜୀବନ୍ତ ଦାତାମାନଙ୍କ ମଧ୍ୟରୁ ୭୫-୮୦% ମହିଳା ଥିଲେ ଏବଂ ପ୍ରାପ୍ତକର୍ତ୍ତାଙ୍କ ସମାନ ଅନୁପାତ ପୁରୁଷ ଥିଲେ | ଏଠାରେ ଉଠୁଥିବା ପ୍ରଶ୍ନ ହେଉଛି କାହିଁକି ମହିଳାମାନେ ଅଙ୍ଗ ଗ୍ରହଣ କରିବାକୁ କମ୍ ଯୋଗ୍ୟ ବିବେଚିତ ହୁଅନ୍ତି ଏବଂ ପୁରୁଷଙ୍କ ଅପେକ୍ଷା ବଞ୍ଚିବାର କମ୍ ସୁଯୋଗ ଦିଆଯାଏ? ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଆଜି ମଧ୍ୟ ଭାରତୀୟ ସମାଜରେ ମହିଳାମାନେ ପୁରୁଷଙ୍କ ତୁଳନାରେ କମ୍ ଗୁରୁତ୍ୱପୂର୍ଣ୍ଣ ବା ମୂଲ୍ୟବାନ ବିବେଚନା କରାଯାଏ। ଏହା ସହ ମହିଳା ଦାତା ବୃଦ୍ଧି ହେବାର ଅନେକ କାରଣ ଅଛି, ଯେପରିକି ତାଙ୍କ ସ୍ୱାମୀଙ୍କ ପ୍ରତି ଭାବପ୍ରବଣତା, ଆର୍ଥିକ ଚିନ୍ତା, ଘରେ ଅନ୍ନଦାତା ନହେବା, ପୁରୁଷଙ୍କ ମୃତ୍ୟୁ ପରେ ପରିବାରର ଯତ୍ନ ନେବା ଇତ୍ୟାଦି।

Get real time updates directly on you device, subscribe now.