fbpx

108MP ର କ୍ୟାମେରା ଏବଂ ଦମଦାର ଫିଚର୍ସ ସହ ଆଜି ଲଞ୍ଚ ହେଲା Redmi 13 5G, ମାତ୍ର ୧୫ ହଜାର ଟଙ୍କାରେ ପାଇବେ ଏହି ସବୁ ସୁବିଧା

ନୂଆଦିଲ୍ଲୀ: Xiaomi ଭାରତରେ ନିଜର ଲାଟେଷ୍ଟ ବଜେଟରେ 5G ସ୍ମାର୍ଟଫୋନ Redmi 13 5G ଲଞ୍ଚ କରିଛି । ଏଥିରେ 6.79 ଇଞ୍ଚର FHD+ LCD ଡିସପ୍ଲେ, ଯାହା 120Hzର ରିଫ୍ରେସ ରେଟ ଅଫର କରୁଛି । ନୂଆ ରେଡମୀ ଫୋନରେ ସ୍ନାପଡ୍ରାଗନ ୪ ଜେନ ୨ ଏଇ ପ୍ରୋସେସର ଲଗାଯାଇଛି । ଏଥିସହ ୮ଜିବି ରାମ୍ ଅଛି, ଯାହା ୮ଜିବି ପର୍ଯ୍ୟନ୍ତ ଭର୍ଚୁଆଲୀ ବଢାଯାଇପାରିବ । ଫୋନର ବଡ଼ ହାଇଲାଇଟ ଏହାର 108MP ର ମେନ ରିୟର କ୍ୟାମେରା ଅଛି । ବ୍ୟାଟେରୀ ୫ ହଜାର ଏମଏଏଚରୁ ଅଧିକ ଅଟେ ।

Redmi 13 5G କୁ ବ୍ଲାକ ଡାଇମଣ୍ଡ, ଏୟାର ବ୍ଲ୍ୟୁ ଏବଂ ମୁନଷ୍ଟୋନ ସିଲଭର କଲର ଅପସନରେ ଲଞ୍ଚ କରାଯାଇଛି । ଏହାର ମୂଲ୍ୟ 6GB + 128GB  ଭାରିଏଣ୍ଟ ପାଇଁ ୧୩ ହଜାର ୯୯୯ ଟଙ୍କା ଏବଂ 8GB + 128GB ମଡେଲ ପାଇଁ ୧୫ ହଜାର ୪୯୯ ଟଙ୍କା ରହିଛି । ଫୋନକୁ Amazon.in, mi.com ଏବଂ ସାଓମୀ ରିଟେଲରୁ ୧୨ ଜୁଲାଇ ପାଇଁ ନିଆଯାଇପାରିବ । ୟୁଜର୍ସ ଏକ ହଜାର ଟଙ୍କାର ବ୍ୟାଙ୍କ ଡିସକାଉଣ୍ଟ ଇଏମଆଇ ମଧ୍ୟ ପାଇପାରିବେ ।

Redmi 13 5G ରେ 6.79 ଇଞ୍ଚ FHD+ (2460 x 1080 pixels) FHD+ LCD ଡିସପ୍ଲେ ରହିଛି । ଏହାର ରିଫ୍ରେସ ରେଟ 120Hz, ସ୍କ୍ରିନ ଟୁ ବଡି ratio ୯୧ ପ୍ରତିଶତ ଏବଂ ପିକ ବ୍ରାଇଟନେସ ୫୫୦ ନିଟସ୍ ରହିଛି । ଫୋନର ଡିସପ୍ଲେ ରେ କୋର୍ନିଙ୍ଗ ଗରିଲା ଗ୍ଲାସ ୩ ର ପ୍ରୋଟେକ୍ସନ ଦିଆଯାଇଛି ।

Redmi 13 5G ସ୍ମାର୍ଟଫୋନ ଆଣ୍ଡ୍ରଏଡ ୧୪ ଓଏସରେ ରନ କରିପାରିବ । ଯେଉଁଥିରେ ହାଇପର ଓଏସର ଲେୟାର ରହିଛି । ୧୦୮ ଏମପିର ମେନ ରିୟର କ୍ୟାମେରା ଏହି ଫୋନରେ ଦିଆଯାଇଛି । ଏଥିସହ ୨ ଏମପିର ମାଇକ୍ରୋ ସେନସର ରହିଛି । ଫ୍ରଣ୍ଟ କୟାମେରା ୧୩ ମେଗାପିକ୍ସେଲର ଅଛି । ଫୋନରେ ୫୦୩୦ ଏମଏଏଚର ବ୍ୟାଟେରୀ ଦେଇଛି, ଯାହା ୩୩ ୱାଟର ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିବ ।

Get real time updates directly on you device, subscribe now.