fbpx

ଭାରତରେ ଲଞ୍ଚ ହେଲା ‘Redmi A3x’ ସ୍ମାର୍ଟଫୋନ: ଡୁଆଲ ରିୟର କ୍ୟାମେରା ସାଙ୍ଗକୁ ରହିଛି ଫିଙ୍ଗରପ୍ରିଣ୍ଟ ସେନ୍ସର ଫିଚର୍ସ

ନୂଆଦିଲ୍ଲୀ: ଭାରତୀୟ ବଜାରରେ ସାଓମୀ ନିଜର ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । କମ୍ପାନୀର ଏହି ନୂଆ ଫୋନ୍ ସବ-ବ୍ରାଣ୍ଡ ରେଡମୀ ପକ୍ଷରୁ ଆସିଛି । ଏହି ଫୋନକୁ କମ୍ପାନୀ ଏଣ୍ଟ୍ରି ଲେବଲ ସେଗମେଣ୍ଟରେ ଲଞ୍ଚ କରିଛି । ସେଥିରେ ଡୁଆଲ ରିୟର କ୍ୟଶମେରା, ୫୦୦୦ଏମଏଏଚର ବ୍ୟାଟେରୀ ଓ ଅନ୍ୟ ଫିଚର୍ସ ମଧ୍ୟ ରହିଛି । ଫୋନରେ ସାଇଡ୍ ମାଉଣ୍ଟେଡ ଫିଙ୍ଗିରପ୍ରିଣ୍ଟ ସେନ୍ସର ମଧ୍ୟ ଦିଆଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଫୋନ ଗ୍ରାହକମାନେ ବହୁତ ଶସ୍ତାରେ ପାଇ ପାରିବେ ।

ରେଡମୀ ଏ୩ଏକ୍ସକୁ କମ୍ପାନୀ ଗ୍ଲୋବାଲ ମାର୍କେଟରେ ଗତ ଜୁନରେ ଲଞ୍ଚ କରିଥିଲା । ଏହା ହେଉଛି କମ୍ପାନୀର ଏ-ସିରିଜର ବଜେଟ୍ ଫୋନ । କିଛିଦିନ ପୂର୍ବରୁ ଏହା ଆମାଜନରେ ଲିଷ୍ଟ ହୋଇଥିଲା । ଏଥିରେ ଗ୍ରାହକଙ୍କୁ ଲାଟେଷ୍ଟ ଆଣ୍ଡ୍ରଏଡ ସଫ୍ଟୱେୟାର ମିଳିବ । କୌଣସି ସୂଚନା ଜାରି ନକରି କମ୍ପାନୀ ଏହାକୁ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନରେ ଗୋରିଲ୍ଲା ଗ୍ଲାସ ୩ ପ୍ରୋଟେକ୍ସନ, ୫୦୦୦ଏମଏଏଚର ବ୍ୟାଟେରୀ, ଡୁଆଲ ରିୟର କ୍ୟାମେରା ଓ ଅନ୍ୟ ଫିଚର୍ସ ରହିଛି ।

ରେଡମୀ ଏ୩ଏକ୍ସ ଦୁଇଟି କନଫିଗ୍ରେସନରେ ଲଞ୍ଚ ହୋଇଛି । ୩ ଜିବି ରାମ ଓ ୬୪ ଜିବି ଷ୍ଟୋରେଜ ଭେରିଆଣ୍ଟର ଦାମ୍ ୬,୯୯୯ ଟଙ୍କା ରହିଛି । ସେହିପରି ୪ ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜ ଭାରିଆଣ୍ଟକୁ ୭,୯୯୯ ଟଙ୍କାରେ ଲଞ୍ଚ କରାଯାଇଛି । ଏହି ହ୍ୟାଣ୍ଡସେଟରେ ୩ଟି କଲର ଅପ୍ସନ ମିଡନାଇଟ ବ୍ଲାକ, ଓସନ ଗ୍ରୀନ, ଓଲିଭ ଗ୍ରୀନ, ହ୍ୱାଇଟରେ ଆସୁଛି । ଗ୍ରାହକମାନେ ସ୍ମାର୍ଟଫୋନକୁ ଆମାଜନ ଓ କମ୍ପାନୀର ଅଫିସିଆଲ ୱେବସାଇଟରୁ କିଣିପାରିବେ ।

Get real time updates directly on you device, subscribe now.