fbpx

ଏକ ପବ୍‌ର ଫ୍ରିଜ୍‌ରରୁ ମିଳିଲା ମୃତଦେହ ! ୧୦ ବର୍ଷ ହେଲା ନିଖୋଜ ଥିଲେ ୬୭ ବର୍ଷିୟ ବ୍ୟକ୍ତି

ନୂଆଦିଲ୍ଲୀ: ଲଣ୍ଡନର ନ୍ୟୁହାମ୍‌ରୁ ଏକ ଖବର ସାମ୍‌ନାକୁ ଆସିଛି । ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏକ ପୁରୁଣା ବାର ବା ପବ୍‌ରେ ଥିବା ଫ୍ରିଜ୍‌ରୁ ବାହାରିଛି ଏକ ମୃତଦେହ । ଏହି ପୁରୁଣା ବାରକୁ ମରାମତି କରୁଥିବା ବେଳେ ବିଲ୍ଡରଙ୍କର ଏକ ଟିମ୍‌ ଏଠାରେ ଥିବା ଏକ ଫ୍ରିଜରରୁ ଏହି ଶବଟିକୁ ଦେଖି ଭୟଭୀତ ହୋଇ ଯାଇଥିଲେ । ମିରର ନ୍ୟୁଜ୍‌ରେ ପ୍ରକାଶିତ ସୂଚନା ଆଧାରରେ, କ୍ଷଣିକ ଭିତରେ ଏହି ଖବର ଚାରିଆଡ଼େ ବ୍ୟାପି ଯାଇଥିଲା । ଉକ୍ତ ମୃତଦେହଟି ଥିଲା ରୟ ବିଗ୍ସ ନାମକ ୬୭ ବର୍ଷିୟ ଜଣେ ବ୍ୟକ୍ତିଙ୍କର । ଗତ ବର୍ଷ ଅକ୍ଟୋବରରେ ତାଙ୍କର ଶବ ମିଳିବା ପୂର୍ବରୁ ସେ ସେଠାରେ ୧୦ ବର୍ଷ ହେଲା ନିଖୋଜ ଥିଲେ ।

ର୍ତ୍ତମାନ ପୋଲିସ୍‌ ରୟଙ୍କ ବିଷୟରେ ଜାଣିବାକୁ ଲୋକଙ୍କର ସାହାଯ୍ୟ ମାଗିଛି, ଯିଏକି ୧ ଫେବ୍ରୁଆରୀ ୨୦୧୨ ମସିହାରେ ନିଖୋଜ ଥିଲେ । ସଂପୃକ୍ତ ଅଧିକାରୀ ମଧ୍ୟ ରୟଙ୍କର ଏକ ଫଟୋ ବାହାର କରିଥିଲେ ଏବଂ କହିଥିଲେ କି ପୋଷ୍ଟମର୍ଟମ ରିପୋର୍ଟ ନିର୍ଣ୍ଣାୟକ ନଥିଲା, ତାଙ୍କୁ ଡେଣ୍ଟାଲ ରେକର୍ଡରୁ ଚିହ୍ନଟ କରାଯାଇଛି । ମେଟ୍‌ର ସ୍ପେଶାଲିଷ୍ଟ କ୍ରାଇମ୍‌ କମାଣ୍ଡର ଡିଟେକ୍ଟିଭ୍‌ ଚିଫ୍‌ ଇନ୍ସପେକ୍ଟର କେଲ୍ଲି ଆଲ୍ଲିନ୍‌ କହିଥିଲେ, ଆମେ ଅନୁମାନ କରୁଛୁ କି, ବହୁ ବର୍ଷ ଧରି ରୟଙ୍କର ଶବ ଫ୍ରିଜ୍‌ରେ ଥାଇପାରେ । ଏହାସହ ସେ କହିଥିଲେ କି, ଯେଉଁ ଲୋକ ରୟଙ୍କ ସଂପର୍କରେ ଆସିଛନ୍ତି ବା ତାଙ୍କୁ ଜାଣିଥିବେ, କିମ୍ୱା ତାଙ୍କୁ କେଉଁଠି ଶେଷ ଥର ପାଇଁ ଦେଖିଥିବେ, ତାହା ତାଙ୍କୁ ଜଣାନ୍ତୁ , ନୁହେଁତ ସିଧା ଆସି ଭେଟ ହୁଅନ୍ତୁ ବୋଲି ଅନୁରୋଧ କରିଥିଲେ । ଏବେବି ରୟଙ୍କର ଶବ ମିଳିବା ପରେ ତାଙ୍କୁ ମୃତ୍ୟୁ ନେଇ ମାମଲା ରହସ୍ୟ ଘେରରେ ରହିଛି ।

Get real time updates directly on you device, subscribe now.