fbpx

ଶାରୀରିକ ସମ୍ବନ୍ଧ ପରେ ବିବାହ ପାଇଁ ମନା କରିବା ଧୋକା ନୁହେଁ: ହାଇକୋର୍ଟ

ମୁମ୍ବାଇ: ଲମ୍ବା ସମୟ ପର୍ଯ୍ୟନ୍ତ ଶାରିରୀକ ସମ୍ବନ୍ଧ ରଖିବା ପରେ ଯଦି କୌଣସି ବ୍ୟକ୍ତି ବିବାହ ପାଇଁ ମନା କରୁଛି ତେବେ ତାକୁ ଅପରାଧ ବୋଲି ଧରାଯିବ ନାହିଁ । ଏକ ମାମଲାର ଶୁଣାଣି କରିବା ସମୟରେ ବମ୍ବେ ହାଇକୋର୍ଟ ଏହିଭଳି ଟିପ୍ପଣୀ ଦେଇଛନ୍ତି ଓ ଦୋଷୀ ଦର୍ଶାଯାଇଥିବା ଯୁବକକୁ ମୁକ୍ତ କରିଛନ୍ତି । ତଳ କୋର୍ଟର ନିଷ୍ପତ୍ତିକୁ ଭୁଲ୍ ଦର୍ଶାଇ ଏପରି ଏକ ମତ ଦେଇଛନ୍ତି ବମ୍ବେ ହାଇକୋର୍ଟ ।

ସୂଚନା ଯେ, ପାଳଘରରେ ରହୁଥିବା ଜଣେ ମହିଳା ଏକ ଯୁବକଙ୍କ ବିରୋଧରେ ବଳାତ୍କାର ଓ ଧୋକା ଦେଇଥିବା ଅଭିଯୋଗ ଆଣିଥିଲେ । ପୋଲିସ୍ ଏହି ମାମଲାରେ ଧାରା ୩୭୬ ଓ ୪୧୭ ଅଧୀନରେ ମାମଲା ରୁଜୁ କରିଥିଲା । ଉକ୍ତ ଦୋଷୀ ଦର୍ଶାଯାଇଥିବା ଯୁବକଙ୍କ ନାଁ ହେଉଛି କାଶୀନାଥ ଘରାତ । ତେବେ ତାଙ୍କ ଗର୍ଲଫ୍ରେଣ୍ଡ ଅଭିଯୋଗ ଆଣିଛନ୍ତି ଯେ, କାଶୀନାଥ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ୩ ବର୍ଷ କାଳ ଶାରୀରିକ ସମ୍ବନ୍ଧ ରଖିଥିଲା ଓ ପରେ ବିବାହ କରିବାକୁ ମନା କରିଦେଇଛି ।

ତେବେ ଏହି ମାମଲାରେ କୋର୍ଟ କାଶୀନାଥକୁ ଦୋଷୀ ଭାବରେ ଦର୍ଶାଇ ୧ ବର୍ଷ ଜେଲ୍ ଦଣ୍ଡ ଦେଇଥିଲେ । ହେଲେ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କାଶୀନାଥ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା । ସେଠାରେ ନ୍ୟାୟାଧୀଶ ତାକୁ ନିର୍ଦ୍ଦୋଶ ଦର୍ଶାଇ ମୁକ୍ତ କରିଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ଭୁଲ ତଥ୍ୟ ଦେଇ ଯୌନ ସମ୍ବନ୍ଧ ରଖିବାର କୌଣସି ପ୍ରମାଣ ନାହିଁ । ତେଣୁ ଅଭିଯୁକ୍ତ ମହିଳାଙ୍କ ସହିତ ବିବାହ କରିବ ନାହିଁ ବୋଲି କୌଣସି ପ୍ରମାଣ ନାହିଁ । କଥା ସାବ୍ୟସ୍ତ କରିବାକୁ ପର୍ଯ୍ୟାପ୍ତ ତଥ୍ୟ ନାହିଁ । ତେଣୁ ଏହା କୌଣସି ଅପରାଧ ଶ୍ରେଣୀକୁ ଆସିବ ନାହିଁ ।

 

Get real time updates directly on you device, subscribe now.