fbpx

Neet UG-2024 ପାଇଁ ଆଜିଠୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ: Official Websiteରୁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ପାତ୍ରତା ସହ ପରୀକ୍ଷା, ନିଟ୍ ୟୁଜି-୨୦୨୪ ପାଇଁ ଅପେକ୍ଷା କରି ରହିଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏହି ପରୀକ୍ଷାରେ ସାମିଲ ହେବାକୁ ଚାହୁଁଥିବା ଇଚ୍ଛକ ପ୍ରାର୍ଥିମାନଙ୍କ ପାଇଁ ବର୍ତ୍ତମାନ ଏହାର ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରାଷ୍ଟ୍ରୀୟ ପରୀକ୍ଷଣ ଏଜେନ୍ସି, ଏନଟିଏ ନିଟ୍ ୟୁଜି ୨୦୨୪ର ରେଜିଷ୍ଟ୍ରେସନ ଲିଙ୍କ ଆକ୍ଟିଭ କରିଦେଇଛନ୍ତି । ଏହାସହିତ ଇଚ୍ଛୁକ ପ୍ରାର୍ଥି ଏହାର ଅଫିସିଆଲ ୱେବସାଇଟ neet.ntaonline.inକୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।

ସୂଚନା ଥାଉ କି, ଆସନ୍ତା ମେ’ ୫ ତାରିଖରୁ ଏନଟିଏ ଦ୍ୱାରା ନିଟ୍ ୟୁଜି ପରୀକ୍ଷାର ଆୟୋଜନ କରାଯିବ । ତେବେ ବର୍ତ୍ତମାନଠାରୁ ଏହି ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଇ ରେଜିଷ୍ଟ୍ରେସନ କରିବାକୁ ହେବ । ଏହାପରେ ଲଗ୍ ଇନ୍ ଆଇଡି ଜରିଆରେ ଅନଲାଇନ ଆବେଦନ ଫର୍ମ ପୂରଣ କରିବାକୁ ହେବ । ଏହାପରେ ସମସ୍ତ ଡକ୍ୟୁମେଣ୍ଟ ଅପଲୋଡ କରି ଆବେଦନ ଶୁଳ୍କ ଭରିବାକୁ ପଡ଼ିବ ।

ନିଟ୍ ୟୁଜି-୨୦୨୪ ପରୀକ୍ଷାରେ ସାଧାରଣ ଏବଂ ଏନଆରଆଇ ବର୍ଗର ପ୍ରାର୍ଥିମାନଙ୍କ ପାଇଁ ୧୭୦୦ ଆବେଦନ ଶୁଳ୍କ ରହିଥିବା ବେଳେ ଇଡବ୍ଲୁଏସ ଏବଂ ଓବିସି ଏନସିଏଲ ପାଇଁ ୧୬୦୦ ଟଙ୍କା ରହିଛି । ସେହିପରି ଏସସି, ଏସଟି, ପିଡବ୍ଲୁଡିବି ବର୍ଗର ପ୍ରାର୍ଥିମାନଙ୍କ ପାଇଁ ୧୦୦୦ ଟଙ୍କା ଆବେଦନ ଶୁଳ୍କ ନିର୍ଦ୍ଧାରିତ କରାଯାଇଛି । ଏହି ଶୁଳ୍କ ଅନଲାଇନ ମାଧ୍ୟମରେ ହିଁ ଜମା କରିପାରିବେ ଇଚ୍ଛୁକ ପ୍ରାର୍ଥି ।

Get real time updates directly on you device, subscribe now.