ଏଣିକି ୪ ଘଣ୍ଟାରେ ଆପଣଙ୍କ ପାଖରେ ପହଞ୍ଚିଯିବ ଡ୍ରେସଠାରୁ ଆରମ୍ଭ କରି ଚପଲ, ରିଲାଏନ୍ସ ଆରମ୍ଭ କଲା ନୂଆ ସେବା

ମୁକେଶ ଅମ୍ବାନୀ କରିବେ ନୂଆ ବ୍ୟବସାୟ । ଛୁଟକିରେ ମିଳିବ ଜିନିଷ ।

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ କମ୍ପାନୀର ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ ଏଲଟିଡି ପକ୍ଷରୁ ଫାଷ୍ଟ ଗ୍ରୋଇଂ ଫ୍ୟାଶନ୍ କ୍ୱିକ୍ କମର୍ସ ମାର୍କେଟ୍ ନୂଆ ସର୍ଭିସ୍ ଆଜିଓ ରସ୍ ଆରମ୍ଭ କରିଛି ।

କୁଇକ୍ ଫ୍ୟାଶନ୍ ଡେଲିଭରି ପାଇଁ ଆଜିଓ ରସ୍ କାମ କରିବ ବୋଲି କୁହାଯାଉଛି । ମାତ୍ର ୪ ଘଣ୍ଟାରେ ଆଜିଓ ରସ୍ ଘରେ ଜିନିଷ ପହଞ୍ଚାଇଦେବ । ପ୍ରାରମ୍ଭିକ ସମୟରେ ଏହି ସେବା ମୁମ୍ବାଇ, ଦିଲ୍ଲୀ-ଏନସିଆର୍, ବେଙ୍ଗାଲୁରୁ, ହାଇଦ୍ରାବାଦ୍ ଚେନ୍ନାଇ ଓ ଅହମ୍ମଦାବାଦରେ ଆରମ୍ଭ ହେବ ।

କଷ୍ଟମର ୧.୩ ଲକ୍ଷ ଫ୍ୟାଶନ ଆଇଟମରୁ ନିଜ ମନପସନ୍ଦର ପୋଷାକ ବାଛି ପାରିବେ । ଫର୍ମାଲଠାରୁ ଆରମ୍ଭ କରି କାଜୁଆଲ, ଫୁଟୱେର, ୱେଷ୍ଟର୍ନ ୱେର ମଧ୍ୟ ଗ୍ରାହକ ବାଛି ପାରିବେ ।

ରିଲାନ୍ସର ଷ୍ଟ୍ରଙ୍ଗ ୱେର ହାଉସିଂକୁ ବ୍ୟବହାର କରି ଜିଓ ରସ୍ ଏ ସୁବିଧା ଲୋକଙ୍କ ପାଖରେ ପହଞ୍ଚାଇ ଦେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ପୋଷାକ କିଣାକିଣି କ୍ଷେତ୍ରରେ ଲୋକଙ୍କ ସହଜ ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ କମ୍ପାନୀ ପକ୍ଷରୁ ଏ ସେବା ଆରମ୍ଭ କରାଯାଇଛି ।