fbpx

ଏପରି ପୁରୁଷଙ୍କୁ ଭୁଲରେ କରନ୍ତୁନି ଡେଟ୍: ନଚେତ୍ ପରେ କରୁଥିବେ ପଶ୍ଚାତାପ

ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ କିଛି ଲୋକ ଭଲ ଥାଆନ୍ତି ତ ଆଉ କିଛି ଲୋକ ନକାରାତ୍ମକ ହୋଇଥାନ୍ତି । ନକାରାତ୍ମକ ଭାବନା ଥିବା ଲୋକଙ୍କ ସହ ରହିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଯାଏ । କେବଳ ଏତିକି ନୁହେଁ, ଯଦି ଆପଣ ସେମାନଙ୍କ ସହିତ ରିଲେସନସିପରେ ଆସନ୍ତି, ତେବେ ସେମାନଙ୍କଠାରୁ ଦୂରେଇ ଯିବା ମଧ୍ୟ କଷ୍ଟକର ହୋଇପଡେ । ଅନ୍ୟ ପଟେ ଯେତେବେଳେ ଝିଅମାନଙ୍କ କଥା ଆସେ, ତେବେ ସେମାନେ ହୃଦୟରୁ ଦୁର୍ବଳ ହୋଇଥାନ୍ତି ଓ ନିଜ ପାର୍ଟନରଙ୍କୁ ହିଁ ନିଜ ଜୀବନ ଭାବିଥାନ୍ତି । କିନ୍ତୁ କୌଣସି ବି ରିଲେସନସିପରେ ରହିବା ପୂର୍ବରୁ ଯଦି ଆପଣ ନିଜ ସାଥୀ ବିଷୟରେ ଜାଣିନିଅନ୍ତି, ତେବେ ସମ୍ପର୍କ କେବେ ଭାଙ୍ଗିବ ନାହିଁ । ଏପରି ପରିସ୍ଥିତିରେ ଝିଅମାନେ କେଉଁ ପୁରୁଷଙ୍କୁ ଡେଟ୍ କରିବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା…

ନିଜ ବିଷୟରେ ଭାବୁଥିବା ପୁରୁଷ:-
ଯଦି ଆପଣ ଏପରି ବ୍ୟକ୍ତି ସହ ଅଛନ୍ତି, ଯେ କି କେବଳ ନିଜ ବିଷୟରେ ଚିନ୍ତା କରିଥାଏ ଓ ଆପଣଙ୍କ ପ୍ରତି କମ୍ ଆଗ୍ରହ ଦେଖାଏ, ତେବେ ତୁରନ୍ତ ତାଙ୍କଠାରୁ ଦୂରେଇ ରହିବା ଉଚିତ୍ । କାହିଁକି ନା ଅସୁବିଧା ସମୟରେ ଏପରି ପୁରୁଷ କେବଳ ନିଜ ବିଷୟରେ ହିଁ ଭାବନ୍ତି । ଆପଣ କ’ଣ ଭାବୁଛନ୍ତି ବା ଆପଣଙ୍କ ସହ କ’ଣ ହେଉଛି, ସେଥିରେ ତାଙ୍କର କୌଣସି ଫରକ୍ ପଡ଼ିନଥାଏ । ଏପରି ବ୍ୟକ୍ତି ସହ ସମ୍ପର୍କ ରଖିବା ନିଜ ସମୟର ବର୍ବାଦ କରିବା ସହ ସମାନ । ଏଥିପାଇଁ ଏପରି ମହିଳାମାନେ ଏପରି ପୁରୁଷଙ୍କୁ ଡେଟ୍ କରନ୍ତୁ ନାହିଁ ।

ଫେକ୍ ମଣିଷ:-
ଯଦି ଆପଣଙ୍କ ସାଥୀ ଆପଣଙ୍କୁୁ ମିଛ କହୁଛି, ତେବେ ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ପଡିବ । ଏହାର କାରଣ ହେଉଛି ଯେ ଏହିପରି ଲୋକମାନେ ବଡ଼ ପ୍ରତିଜ୍ଞା କରନ୍ତି କିନ୍ତୁ ଯେତେବେଳେ ସେଗୁଡିକ ପାଳନ କରିବାକୁ ସମୟ ଆସେ, ସେମାନେ କଥା ବୁଲାଇ ଦିଅନ୍ତି । ସେଥିପାଇଁ ଝିଅମାନେ ଏପରି ପୁରୁଷମାନଙ୍କୁ ଡେଟ କରିବା ପୂର୍ବରୁ ଥରେ ଚିନ୍ତା କରିବା ଉଚିତ୍ ।

କଣ୍ଟ୍ରୋଲ କରୁଥିବା ବ୍ୟକ୍ତି :-
ଯଦି ଆପଣ କ’ଣ ପିନ୍ଧିବେ ତାହା ପାର୍ଟନର କହିବେ, ତେବେ ଆପଣ ଅତ୍ୟଧିକ ବିଷାକ୍ତ ବ୍ୟକ୍ତିଙ୍କ ସହିତ ଅଛନ୍ତି । ଏହାର କାରଣ ହେଉଛି ଯେ, ଏହିପରି ଲୋକମାନେ ସର୍ବଦା ନିଜ ସାଥୀକୁ କଣ୍ଟ୍ରୋଲ କରିବାକୁ ପସନ୍ଦ କରନ୍ତି । ତେଣୁ ଏହିପରି ବ୍ୟକ୍ତିଙ୍କଠାରୁ ଦୂରତା ରଖନ୍ତୁ କାରଣ ଏହା ଆପଣଙ୍କ ପାଇଁ ଠିକ୍ ନୁହେଁ ।

Get real time updates directly on you device, subscribe now.