ନାବାଳିକା ଝିଆରୀକୁ ଗର୍ଭବତୀ କଲା ପିଉସା, ମାଙ୍କଡ଼ ଘଉଡ଼ାଇବା ବାହାନାରେ କରିଥିଲା ଦୁଷ୍କର୍ମ

୧୩ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କଲା ପିଉସା । ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବରର ବସ୍ତା ଅଞ୍ଚଳରେ ।

ବସ୍ତା: ପିଉସା –ଝିଆରୀର ସମ୍ପର୍କ ବାପା-ଝିଅର ସମ୍ପର୍କ ପରି । କିନ୍ତୁ ଆଜିର ଦୁନିଆରେ ଏଭଳି ଏକ ଘଟଣା ଘଟିଛି ଯାହା ଦେଖିବା ପରେ ସମ୍ପର୍କ ଉପରୁ ଭରସା ତୁଟି ଯାଇଛି । ତେବେ ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ସମ୍ପର୍କୀୟ ପିଉସା ଦୁଷ୍କର୍ମ କରି ଗର୍ଭବତୀ କରାଇଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବରର ବସ୍ତା ଅଞ୍ଚଳରେ ।

ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ସିଂଲା ଥାନା ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ସମ୍ପର୍କୀୟ ପିଉସା ମାଙ୍କଡ଼ ଘଉଡ଼ାଇବାକୁ ଡାକି ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥଲା। ପରେ ନାବାଳିକାଙ୍କ ଦେହରେ ଗର୍ଭବତୀ ହେବାର ଲକ୍ଷଣ ଦେଖାଦେବାରୁ ପରିବାର ଲୋକ ତାଙ୍କର ଡାକ୍ତରୀ ପରୀକ୍ଷା କରାଇଥିଲେ। ପରେ ସେ ଗର୍ଭବତୀ ଥିବା ପରିବାର ଲୋକ ଜାଣି ଏମିତି କିଏ କରିଲେ ଝିଅକୁ ପ୍ରଶ୍ନ କରିଥିଲେ। ଝିଅ ଡରି ନିଜର ସମ୍ପର୍କୀୟ ପିଉସା ମାଙ୍କଡ଼ ଘଉଡ଼ାଇବା ବାହାନାରେ ତାଙ୍କ ସହିତ ଦୁଷ୍କର୍ମ କରିଥିବା ଘଟଣା ପ୍ରକାଶ କରିଥିଲେ।

ପରେ ପରିବାର ଲୋକ ପିଉସାଙ୍କୁ ଡକାଇ ଗତକାଲି ରାତିରେ ସମସ୍ତ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଘଟଣାରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପିଉସାକୁ ଉଦ୍ଧାରକରି ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି।