fbpx

ଦୀପାବଳୀରେ ରିଲାଏନ୍ସ ଖୋଲିବ ସ୍ୱତନ୍ତ୍ର ସିନେମା ହଲ୍: ଜାଣନ୍ତୁ କଣ ରହିଛି ବିଶେଷତ୍ୱ

ମୁମ୍ବାଇ : ଚଳିତ ବର୍ଷ ଦୀପାବଳୀ ଅବସରରେ ରିଲାଏନ୍ସ ତରଫରୁ କିଛି ଭିନ୍ନ କାର୍ଯ୍ୟ ଦେଖିବାକୁ ମିଳିବ । କମ୍ପାନୀ ଦୁନିଆର ପ୍ରଥମ ଏଭଳି ଏକ ଡ୍ରାଇଭ-ଇନ ଥିଏଟର ଆରମ୍ଭ କରିବାକୁ ଯାଉଛି ଯାହାକି ଏକ ସପିଙ୍ଗ ମଲର ଛାତ ଉପରେ ରହିବ । ଦେଶର ସବୁଠାରୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଚଳିତ ବର୍ଷ ଦୀପାବଳୀରେ କିଛି ଅସାଧାରଣ କାର୍ଯ୍ୟ କରିବାକୁ ଯାଉଛି । କମ୍ପାନୀ ମୁମ୍ବାଇରେ ନିଜର ଜିଓ ୱାଲ୍ଡ ଡ୍ରାଇଭ ମଲରେ ଦୁନିଆର ପ୍ରଥମ ରୁଫଟପ୍ ଡ୍ରାଇଭ ଇନ ଥିଏଟର ଖୋଲିବାକୁ ଯାଉଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଏହି ଥିଏଟର ନଭେମ୍ବର ୫ରେ ଖୋଲିବାକୁ ଯାଉଥିବାବେଳେ କମ୍ପାନୀର କହିବା ଅନୁଯାୟୀ ସପିଙ୍ଗ ମଲ୍ର ଛାତ ଉପରେ ତିଆରି ହେବାକୁ ଥିବା ଏହି ଓପନ ଏୟାର ଥିଏଟରରେ ସହରର ସବୁଠାରୁ ବଡ ସିନେମା ସ୍କ୍ରିନ ରହିବ । କରୋନା ପରେ ଲୋକମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି କମ୍ପାନୀ ଏଭଳି ଏକ ଥିଏଟର ଖୋଲିବାର ପ୍ଲାନ ତିଆରି କରିଥିଲେ । କମ୍ପାନୀ ଅନୁଯାୟୀ ଏହି ଥିଏଟରରେ ଲୋକେ ନିଜର କାରରେ ଏକ ସୁରକ୍ଷିତ ମାହୋଲରେ ସିନେମାର ମଜା ନେଇପାରିବେ । କମ୍ପାନୀର କହିବା ଅନୁସାରେ ଥିଏଟରଟି ଏତେ ବଡକି ଏକାସାଙ୍ଗରେ ୨୯୦ଟି କାର ପାର୍କ କରାଯାଇପାରିବ । ଲୋକମାନେ କାରରେ ବସି ମଧ୍ୟ ଫିଲ୍ମ ଦେଖିବାର ମଜା ଉଠାଇପାରିବେ । ଏହି ଓପନ ଏୟାର ଥିଏଟରକୁ ଅଧିକ ବାସ୍ତବିକ କରିବା ପାଇଁ ସମସ୍ତ ପ୍ରକାରର ବୈଷୟିକ କୌଶଳର ଉପଯୋଗ କରାଯାଇଛି ।

Get real time updates directly on you device, subscribe now.