କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ଘଟଣା, ଘୋଷଣା ହେଲା ସହାୟତା ରାଶି
କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ଘଟଣାରେ ମୃତକଙ୍କ ପରିବାରକୁ ୫ ଲକ୍ଷର ସହାୟତା ।
ଭୁବନେଶ୍ବର: କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଘଟଣା ପରେ ସହାୟତା ଘୋଷଣା କରାଯାଇଛି ।
ଜଣେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୫ ଲକ୍ଷର ସହାୟତା ରାଶି ଘୋଷଣା କରାଯାଇଛି । ସେହିପରି ଜଣେ ଗୁରୁତର ଆହତଙ୍କୁ ଅଢ଼େଇ ଲକ୍ଷ, ୨ ଆହତଙ୍କୁ ୫୦ ହଜାର ପ୍ରଦାନ କରାଯିବ । ଏନେଇ ପୂର୍ବତଟ ରେଲୱେ ପକ୍ଷରୁ ସହାୟତା ନେଇ ସୂଚନା ଜାରି କରାଯାଇଛି ।
ଖବର ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ 11ଟା 54 ମିନିଟ ସମୟରେ ଟ୍ରେନ୍ ନମ୍ବର ୧୨୫୫୧ ବେଙ୍ଗାଲୁରୁରୁ କାମାକ୍ଷା ଅଭିମୁଖେ ଯାଉଥିବା ସମୟରେ ଟ୍ରେନ୍ର କିଛି କୋଚ୍ ଟ୍ରାକରୁ ଖସି ପଡ଼ିଥିଲା। ତେବେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇ ରହିଥିବା ଆମ୍ବୁଲାନ୍ସରେ ଆହତଙ୍କୁ ମେଡିକାଲ ନିଆଯାଇଥିଲା।
ମୃତକ ପଶ୍ଚିମବଙ୍ଗର ଶୁଭଙ୍କର ରୟ ବୋଲି ସୂଚନା ମିଳିଛି । ବର୍ତ୍ତମାନ ମୃତକ ଏବଂ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ଏହାସହ 24ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି ।