fbpx

ତାଣ୍ଡବ ରଚିଲାଣି ରେମାଲ: ବାତ୍ୟା ପ୍ରଭାବରେ ୧୦ ମୃତ୍ୟୁ, ଅନେକ କ୍ଷୟକ୍ଷତି

Advertisement

ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁବା ପରେ ଆହୁରି ଭୟଙ୍କର ହେଉଛି ବାତ୍ୟା ରେମାଲ । ବାଂଲାଦେଶ ଏବଂ ପଶ୍ଚିମବଙ୍ଗରେ ଏହାର ପ୍ରଳୟଙ୍କରୀ ରୂପ ଦେଖିବାକୁ ମିଳିଛି । ବାତ୍ୟା ‘ରେମାଲ’ର ପ୍ରଭାବରେ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବାଂଲାଦେଶର ପ୍ରାୟ ୧୯ଟି ଜିଲ୍ଲାରେ ବାତ୍ୟା ରେମାଲର ପ୍ରଭାବ ଦେଖିବାକୁ ମିଳିଛି । ଏହି ବାତ୍ୟା ପ୍ରଭାବରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଢ ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ତେବେ ବର୍ତ୍ତମାନ ସଠିକ ଆଳନ କରାଯାଇ ନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.