fbpx

ନୋଟରୁ ହଟାଅ ଗାନ୍ଧୀଙ୍କ ଛବି; ମୋଦୀଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ଦେଶରେ ବିମୁଦ୍ରାକରଣ ପରେ ନୂତନ ଭାବରେ ପ୍ରଚଳିତ ହୋଇଥିବା ୫୦୦ ଓ ୨ ହଜାର ଟଙ୍କିଆ ନୋଟରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇବା ପାଇଁ ମୋଦୀଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ବିଧାୟକ । ରାଜସ୍ଥାନରୁ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଭରତ ସିଂ ଏମିତି ଏକ ଅଜବ ଅନୁରୋଧ କରିଛନ୍ତି । ଏହି ଅନୁରୋଧ ଅନୁଯାୟୀ ୫୦୦ ଓ ୨ ହଜାର ଟଙ୍କା ନୋଟରୁ ଗାନ୍ଧିଜୀଙ୍କ ଫଟୋ ହଟାଇବା ପାଇଁ ଦାବି କରାଯାଇଛି ।
ମହାତ୍ମା ଗାନ୍ଧୀଙ୍କୁ ସତ୍ୟର ପ୍ରତୀକ ଭାବରେ ବିବେଚନା କରାଯାଉଥିବା ବେଳେ ଏହି ନୋଟ ଗୁଡିକ ବ୍ୟାପକ ଭାବରେ ଲାଞ୍ଚ ଦେବା ନେବାରେ ବ୍ୟବହାର କରାଯାଉଛି । ତେଣୁ ନୋଟରୁ ଗାନ୍ଧୀଙ୍କ ଫଟୋ ହଟାଇ କେବଳ ଚଷମା ଅଥବା ଅଶୋକ ଚକ୍ର ରଖାଯାଉ ବୋଲି ଭରତ ଦାବି କରିଛନ୍ତି । ଦେଶର ସ୍ୱାଧୀନତାକୁ ୭୫ ବର୍ଷ ବିତିଥିଲେ ହେଁ ଦେଶରେ ଦୁର୍ନୀତି ବଢିବାରେ ଲାଗିଛି । ରାଜସ୍ଥାନରେ ଏହି ଦୁର୍ନୀତି ରୋକିବା ପାଇଁ ଏସିବି ଗଠନ କରାଯାଇଛି । ୨୦୧୯ରୁ ୨୦୨୦ ଡିସେମ୍ବର ମଧ୍ୟରେ ଏସିବି ପକ୍ଷରୁ ୬୧୬ଟି ରେଡ କରାଯାଇଛି ।
ଏସିବି ପକ୍ଷରୁ କରାଯାଇଥିବା ରେଡରେ ଜବତ ଟଙ୍କାରୁ ଅଧିକ ୫୦୦ ଓ ୨ ହଜାର ଟଙ୍କା ରହିଥିଲା । ମଦ୍ୟପଙ୍କ ପାର୍ଟିରେ ମଧ୍ୟ ଏହି ନୋଟ ଗୁଡିକ ଅଧିକ ବ୍ୟବହାର କରାଯାଉଥିବା ବେଳେ ଛୋଟ ନୋଟ ସାଧାରଣ ଲୋକଙ୍କ କାମରେ ଆସିଥାଏ । ଏହି ସବୁ କାମରେ ନୋଟର ବ୍ୟବହାର ଗାନ୍ଧିଜୀଙ୍କ ଅସମ୍ମାନ ବୋଲି କହିଛନ୍ତି ବିଧାୟକ । ୫, ୧୦, ୨୦, ୫, ୧୦୦ ଓ ୨୦୦ ଟଙ୍କାକୁ ବାଦ ଦେଲେ ଅନ୍ୟ ନୋଟରୁ ଗାନ୍ଧୀଙ୍କ ଛବି ହଟାଇବା ପାଇଁ ଦାବି କରିଛନ୍ତି ଭରତ ସିଂ ।

Get real time updates directly on you device, subscribe now.