fbpx
BSKY SKY
BSKY SKY

କରୋନା କବଜାରେ ରାଜ୍ୟର ଆଉ ଜଣେ ବିଧାୟକ

BSKY

ବାଲେଶ୍ୱର,୧୪ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ଅସମ୍ଭାଳ ପରିସ୍ଥିତି ଆଡକୁ ଗତି କଲାଣି । ଏହାରି ମଧ୍ୟରେ ବାଲେଶ୍ୱର ଜିଲ୍ଲାର ଆଉ ଜଣେ ବିଧାୟକଙ୍କୁ କରୋନା ହୋଇଛି । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ନିଜେ ବିଧାୟକ ଫୋନ୍ କରି ସୂଚନା ଦେଇଛନ୍ତି ।

ଅନ୍ୟପଟେ କରୋନାରେ ଆକ୍ରାନ୍ତ ହୋଇଥିବା ନୀଳଗିରି ବିଧାୟକ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତେବେ ରେମୁଣା ବିଧାୟକଙ୍କର ନମୁନା ୧୧ ତାରିଖରେ ପରୀକ୍ଷା ପାଇଁ ପଠାଯାଇଥିଲା । ପରୀକ୍ଷା ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି ।

Get real time updates directly on you device, subscribe now.