fbpx

ପ୍ରସିଦ୍ଧ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ତଥା ପଦ୍ମବିଭୂଷଣ ପୁରସ୍କାର ପ୍ରାପ୍ତ ୟାମିନୀ କ୍ରୀଷ୍ଣାମୂର୍ତ୍ତିଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ତଥା ପଦ୍ମବିଭୂଷଣ ପୁରସ୍କାର ପ୍ରାପ୍ତ ୟାମିନୀ କ୍ରୀଷ୍ଣାମୂର୍ତ୍ତିଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ପାର୍ଟି ସଭାପତି ୱାଇଏସ୍ ଜଗନ ମୋହନ ରେଡ୍ଡୀ ଏକ୍ସପୋଷ୍ଟ ମାଧ୍ୟମରେ ୟାମିନୀ କ୍ରୀଷ୍ଣାମୂର୍ତ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଜଗନ ମୋହନ ରେଡ୍ଡୀ ଏକ୍ସରେ ଲେଖିଛନ୍ତି, “କୁଚିପୁଡି ଏବଂ ଭରତନାଟ୍ୟମ୍ର ପ୍ରସିଦ୍ଧ କଳାକାର ୟାମିନୀ କ୍ରୀଷ୍ଣାମୂର୍ତ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ଦୁଃଖିତ । ଏହି କଠିନ ସମୟରେ ତାଙ୍କ ପରିବାର ସହିତ ମୋର ସମବେଦନା ଓ ପ୍ରାର୍ଥନା ରହିଛି ।”

ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ କୁହାଯାଇଛି ଯେ, ସଙ୍ଗୀତ ନାଟକ ଏକାଡେମୀ ଫେଲୋ ତଥା ପଦ୍ମବିଭୂଷଣ ପୁରସ୍କାର ପ୍ରାପ୍ତ ଅଗ୍ରଣୀ ଭରତନାଟ୍ୟମ୍ କଳାକାର ୟାମିନୀ କ୍ରୀଷ୍ଣାମୂର୍ତ୍ତିଙ୍କ ବିୟୋଗରେ ସଙ୍ଗୀତ ନାଟକ ଏକାଡେମୀ ଏବଂ ଏହାର ସହଯୋଗୀ ସଂଗଠନଗୁଡ଼ିକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସଙ୍ଗୀତ ନାଟକ ଏକାଡେମୀ ତାଙ୍କ ଶ୍ରଦ୍ଧାଞ୍ଜଳିରେ ଲେଖିଛି, “ଶୋକସନ୍ତପ୍ତ ଲୋକଙ୍କ ପ୍ରତି ଗଭୀର ସମବେଦନା ଏବଂ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ସେମାନଙ୍କୁ ଶକ୍ତି ପ୍ରଦାନ କରିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।”

Get real time updates directly on you device, subscribe now.