fbpx

ଭଡାଘର ବି ହୋଇପାରିବ ନିଜର: କେତେ ଦିନ ପରେ ମାଲିକାନା ଜାହିର କରିପାରିବେ ଭଡାଟିଆ?

ଭୁବନେଶ୍ୱର: ଛୋଟ ଘର ହେଉ କି ବଡ ଫ୍ଲାଟ, ବର୍ତ୍ତମାନ ସମୟରେ ଘରକୁ ଭଡା ଦେଇ ଟଙ୍କା ରୋଜଗାର କରିବା ଟ୍ରେଣ୍ଡରେ ରହିଛି । ବଙ୍ଗଳା ବା ଫ୍ଲାଟ କିଣି ଘରକୁ ଭଡାରେ ଲଗାଇ ଦେବା ସହ ସେଥିରୁ ଖୁବ ସହଜରେ ଭଲ ରୋଜଗାର ମଧ୍ୟ କରୁଛନ୍ତି । ତେବେ ଏହା ଏକ ଦୀର୍ଘକାଳୀନ ପ୍ରକ୍ରିୟା, ଯାହା ବର୍ଷ ବର୍ଷ ପର୍ଯ୍ୟନ୍ତ ରୋଜଗାରର ବାଟ ଖୋଲିଥାଏ । ତେବେ ଏମିତି ଅନେକ ଥର ଦେଖାଯାଏ ଯେ, ଘରର ମାଲିକ ଭଡାଟିଆଙ୍କ ଭରସାରେ ଛାଡି ଦୀର୍ଘ ଦିନ ପର୍ଯ୍ୟନ୍ତ ବାହାରେ ରହିଥାନ୍ତି । କିନ୍ତୁ ଏହାର ପରିଣାମ ଆପଣଙ୍କୁ ବଡ କ୍ଷତି କରାଇପାରେ ।

ଏଭଳି ପରିସ୍ଥିତିରେ ଆପଣ ନିଜ ସମ୍ପତ୍ତି ମଧ୍ୟ ହରାଇପାରନ୍ତି । ପ୍ରପର୍ଟି ନିୟମ ଅନୁସାରେ, କିଛି ବର୍ଷ ରହିବା ପରେ ଏହିଘର ଉପରେ ଜଣେ ଭଡାଟିଆ ନିଜର ମାଲିକାନା ବା ଅଧିକାର ଜାହିର କରିପାରନ୍ତି । ଏବଂ କୋର୍ଟ ବା ଆଇନ କାନୁନ ମଧ୍ୟ ଭଡାଟିଆଙ୍କୁ ହିଁ ଏହାର ଉତ୍ତରାଧିକାରୀ ବା ଅଧିକାରୀ ବୋଲି ଗ୍ରହଣ କରି ନେଇ ପାରନ୍ତି । ନିୟମ ଅନୁସାରେ, କୌଣସି ଭଡାଟିଆ ଏକ ପ୍ରପର୍ଟି ଉପରେ ୧୨ ବର୍ଷ ପର୍ଯ୍ୟନ୍ତ ରହିବା ପରେ ଏହା ଉପରେ ସେ ନିଜର ଅଧିକାର ସାବ୍ୟସ୍ତ କରିପାରନ୍ତି । ଲଗାତାର ୧୨ ବର୍ଷ ଯଦି କୌଣସି ସମ୍ପତ୍ତିକୁ ବ୍ୟବହାର କରନ୍ତି, ତେବେ ଏହାକୁ ନିଜର ବୋଲି ସେ ଦାବି କରିପାରନ୍ତି । ଯାହା ଫଳରେ ଆପଣ ଭରସା କରିଥିବା ବ୍ୟକ୍ତିଜଣକ ଆପଣଙ୍କର ସମ୍ପତ୍ତିକୁ ଛଡାଇ ନେଇପାରିବେ । କିନ୍ତୁ ଏହାର ନିୟମ ଖୁବ କଠିନ ହୋଇଥାଏ । ଯାହା ଫଳରେ ଆପଣଙ୍କ ସମ୍ପତ୍ତି ବିବାଦ ଘେରକୁ ଆସିପାରେ । ଭାରତର ସ୍ୱାଧୀନତା ପୂର୍ବରୁ ଏହି ପ୍ରତିକୂଳ ନିୟମ ପ୍ରଣୟନ କରାଯାଇଛି ।

ଏହା ହେଉଛି ଏକ ବେଆଇନ ଜମି ଅଧିକାରର ନିୟମ । ତେବେ ଏହା ସରକାରୀ ଜମି ଉପରେ ପ୍ରଯୁଜ୍ୟ ହୋଇ ପାରିବ ନାହିଁ । ଭଡାଘରେ ରହୁଥିବା ବ୍ୟକ୍ତି ପ୍ରାୟତଃ ଏହି ଆଇନର ଫାଇଦା ଉଠାଇବାକୁ ଚେଷ୍ଟ କରିଥାନ୍ତି । ନିୟମ ଅନୁସାରେ, ଏହି ସମ୍ପତ୍ତି ଦୀର୍ଘ ଦିନରୁ ଆପଣଙ୍କ କବଜାରେ ଥିବା ପ୍ରମାଣ କରିବାକୁ ପଡିବ । ଏହାସହିତ କୌଣସି ପ୍ରକାର ପ୍ରତିବନ୍ଧକ ହୋଇନଥିବାର ପ୍ରମାଣ ମଧ୍ୟ ଦେବାକୁ ପଡିବ । ସମ୍ପତ୍ତି ଦାଖଲକାରୀଙ୍କୁ ଟିକସ, ରସଦ, ବିଦ୍ୟୁତ ଏବଂ ପାଣି ବିଲ ସହିତ ସାକ୍ଷୀଙ୍କ ସାର୍ଟିଫିକେଟ ଇତ୍ୟାଦି ସମ୍ପର୍କରେ ମଧ୍ୟ ସୂଚନା ଦେବାକୁ ପଡିବ । ତେବେ ଯଦି କୌଣସି ଭଡାଟିଆ ଏସବୁ ଦେବାରେ ସଫଳ ହୋଇ ଯାଆନ୍ତି, ତେବେ ଏହି ସମ୍ପତ୍ତି ତାଙ୍କର ବୋଲି ପ୍ରମାଣ ହୋଇଯିବ ଏବଂ ଆଇନ ଅନୁସାରେ ପ୍ରକୃତ ମାଲିକ ନିଜ ପ୍ରପର୍ଟି ଉପରୁ ଅଧିକାର ହରାଇ ବସିବେ ।

Get real time updates directly on you device, subscribe now.