fbpx

ପାର୍ବଣ ପୂର୍ବରୁ ସରିବ ରାଜଧାନୀର ସବୁ ରାସ୍ତା ମରାମତି : ନିର୍ଦ୍ଦେଶ ଦେଲେ ବିଏମସି ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର : ବାରମ୍ବାର ଦୁର୍ଘଟଣାର ଅଭିଯୋଗ ଆସିବା ପରେ ଭୁବନେଶ୍ୱର ମହା ନଗର ନିଗମ ତତ୍ପର ହୋଇଛନ୍ତି । ରାଜରାସ୍ତା ଠାରୁ ଆରମ୍ଭ କରି ଅଭ୍ୟନ୍ତରୀଣ ରାସ୍ତାରେ ଯେଉଁଠି ବି ଖାଲ ଅଛି ସେ ସବୁକୁ ମରାମତି କରିବା ପାଇଁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଗତକାଲି ଠାରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, ରାଜଧାନୀର ବମିଖାଲ ଫ୍ଲାଏଓଭର ତଳେ ଖାଲ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଏନେଇ ରାଜଧାନୀ ବାସୀ ବାରମ୍ବାର ଅଭିଯୋଗ ପରେ ଏବେ ବିଏମସି ମରାମତି କାର୍ଯ୍ୟ କରିବା ପାଇଁ ତତ୍ପର ହୋଇଛନ୍ତି । ଗତକାଲିଠାରୁ ଭୁବନେଶ୍ୱରର କେତେକ ସ୍ଥାନରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଗଲାଣୀ । ପାର୍ବଣ ପୂର୍ଭରୁ ସମସ୍ତ ମରାମତି କାର୍ଯ୍ୟ ଶେଷ ହେବ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ୱରର ତିନି ଜୋନରେ ଥିବା ସବୁ ରାସ୍ତାର ମରାମତି ହେବ ବୋଲି ୩ ଜୋନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ବିଏମସିର ମୁଖ୍ୟଯନ୍ତ୍ରୀ ଅରୁଣ କୁମାର ନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି ଅପରାହ୍ନରେ ମୁଖ୍ୟଯନ୍ତ୍ରୀ ତିନି ଜୋନର ବିଭାଗୀୟ ଯନ୍ତ୍ରୀଙ୍କ ସହ ରାସ୍ତା ମରାମତି କାର୍ଯ୍ୟକୁ କେନ୍ଦ୍ର କରି ଆଲୋଚନା କରିଛନ୍ତି । ବିଏମସି ମୁଖ୍ୟଯନ୍ତ୍ରୀ କହିଛନ୍ତି, ପୂର୍ବରୁ କେତେ ଖାଲଥିଲା, ନିକଟରେ କେତେ ଖାଲ ସୃଷ୍ଟି ହୋଇଛି । ଏନେଇ ସମସ୍ତ ତଥ୍ୟ ଆସନ୍ତା ୨ ଦିନ ମଧ୍ୟରେ ପ୍ରଦାନ କରାଯିବ । ୧୫ ଦିନ ମଧ୍ୟରେ ରାଜଧାନୀର ପ୍ରମୁଖ ରାସ୍ତା ଓ ଆଭ୍ୟନ୍ତରୀଣ ରାସ୍ତାର ମରାମତି ଶେଷ ହେବ ବୋଲି କୁହାଯାଇଛି । ୩ ନମ୍ବର ଜୋନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କହିଛନ୍ତି, ଭୁବନେଶ୍ୱରରେ ଗଳିକନ୍ଦିଠାରୁ ଆରମ୍ଭ କରି ପ୍ରମୁଖ ରାସ୍ତା ରେ ପ୍ରଥମେ ୧୮୬୪ଟି ଖାଲ ଚିହ୍ନଟ କରାଯାଇଥିଲା ।

Get real time updates directly on you device, subscribe now.