fbpx

Repo Rate ବୃଦ୍ଧି କଲା RBI: ବଢ଼ିଯିବ ଆପଣଙ୍କର ଘର ଓ କାରର EMI

ନୂଆଦିଲ୍ଲୀ: ଦେଶରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି କାରଣରୁ ଜନସାଧାରଣ ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକୁଛନ୍ତି । ତେବେ ଏହି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦେଶବାସୀଙ୍କୁ ଜବରଦରସ୍ତ ଝଟକା ଦେଇଛି । ଆରବିଆଇ ରେପୋ ରେଟ୍ ବୃଦ୍ଧି କରିଛି । ପୂର୍ବରୁ ରେପୋ ରେଟ୍ ୦.୪୦ ପ୍ରତିଶତ ରହିଥିବା ବେଳେ ଏବେ ତାହା ୪.୪୦ ପ୍ରତିଶତକୁ ବୃଦ୍ଧି ପାଇଛି ।

ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ହଠାତ୍ ଏକ ପ୍ରେସ୍ କନଫରେନ୍ସ କରି ରେପୋ ରେଟ୍ ବୃଦ୍ଧି ବିଷୟରେ ଘୋଷଣା କରିଥିଲେ । ସେ କହିଥିଲେ ଯେ, ଇକୋନୋମିର ପରିସ୍ଥିତି ବିଷୟରେ ଆଲୋଚନା କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କର ମୌଦ୍ରିକ ନୀତି ସମିତି ବୈଠକ କରାଯାଇଥିଲା । ଉକ୍ତ ବୈଠକରେ ଏମପିସି ସଦସ୍ୟମାନେ ରେପୋ ରେଟ୍ ୦.୪୦ ପ୍ରତିଶତ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିଲେ । ଅସମ୍ଭାଳ ମହଙ୍ଗା କାରଣରୁ ଏମପିସି ଏହି ନିଷ୍ପତ୍ତି ନେଇଥିଲା ।

ରିଜର୍ଭ ବ୍ୟାଙ୍କ ଏମପିସି ରେପୋ ରେଟ୍ ସହିତ କ୍ୟାଶ ରିଜର୍ଭ ରେସିଓ (ସିଆରଆର)କୁ ମଧ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଅର୍ଥନୀତିର ଗ୍ରୋଥକୁ ମଜବୁତ ବନାଇବା ପାଇଁ ସୁଧ ହାର ବୃଦ୍ଧି କରାଯାଇଛି । ଆରବିଆଇ ଏମପିସି ରେପୋ ରେଟ୍ ବୃଦ୍ଧି ସହିତ ଆକୋମୋଡେଟିଭ ମନିଟାରୀ ପଲିସିକୁ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ଦାସ କହିଥିଲେ ।

Get real time updates directly on you device, subscribe now.