fbpx

ରେପୋ ରେଟ୍ ଅପରିବର୍ତ୍ତିତ

Advertisement

ନୂଆଦିଲ୍ଲୀ, ୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଜି ତ୍ରୈମାସିକ ସମୀକ୍ଷା କରିଛି । ତେବେ ଆରବିଆଇ ପକ୍ଷରୁ ଏଥର ସୁଧ ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ତେଣୁ ରେପୋ ରେଟ୍ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତ ରହିବ । ତେବେ ଲଗାତର ୪ର୍ଥ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବା ଜଣାପଡ଼ିଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

ସାଧାରଣ ବଜେଟ୍ ୨୦୨୧-୨୨ ଆଗତ ହେବା ପରେ ପ୍ରଥମ ଥର ପାଇଁ ଆରବିଆଇ କ୍ରେଡିଟ୍ ପଲିସିର ସମୀକ୍ଷା କରିଥିଲା । ଆରବିଆଇ ପକ୍ଷରୁ ଆର୍ଥିକ ବର୍ଷ ୨୦୨୧-୨୨ରେ ଜିଡିପି ୧୦.୫ ପ୍ରତିଶତ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ମୁଦ୍ରାସ୍ଫୀତି ୬ ପ୍ରତିଶତ ତଳେ ରହିଥିବା ବେଳେ ୪ର୍ଥ ତ୍ରୟୋମାସରେ ଏହା ୫.୨ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଦେଶରେ ଅଭିବୃଦ୍ଧି ଆକଳନରେ ବେଶ ସୁଧାର ଆସିଛି ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.