fbpx

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI: ଗ୍ରାହକଙ୍କ EMIରେ ହେବନି କୌଣସି ପରିବର୍ତ୍ତନ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ୫୧ତମ ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ପୁଣି ଅପରିବର୍ତ୍ତିତ ରହିଛି ରେପୋ ରେଟ୍ । ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିବା ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ରେପୋ ରେଟ୍ ଅପରିବର୍ତ୍ତିତ ରହିବା ଫଳରେ ଏବେ ଗ୍ରାହକଙ୍କ ଇଏମଆଇରେ ମଧ୍ୟ କୌଣସି ପରିବର୍ତ୍ତନ ହେବନାହିଁ । କ୍ରମାଗତ ୧୦ମ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛନ୍ତି । ଏବେ ରେପୋ ରେଟ୍ ୬.୫ ପ୍ରତିଶତରେ ବଳବତ୍ତର ରହିଥିବା ବେଳେ ରିଭର୍ସ ରେପୋ ୩.୩୫ ପ୍ରତିଶତ ଓ ବ୍ୟାଙ୍କ ରେଟ ୬.୭୫ ପ୍ରତିଶତରେ ସ୍ଥିର ରଖାଯାଇଛି ।

ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଏମପିସି ମିଟରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଶ୍ରୀ ଦାସ ଘୋଷଣା କରିଥିଲେ । ଏମପିସିରେ ୩ ଜଣ ନୂଆ ସଦସ୍ୟ ସାମିଲ ହୋଇଥିବା ବେଳେ ଏହି ଅବସରରେ ଗ୍ଲୋବାଲ ପରିସ୍ଥିତି ଓ ଅନ୍ୟ ପ୍ରସଙ୍ଗ ଉପରେ ବିଚାର କରାଯାଇଥିଲା । ବୈଠକରେ ୬ରୁ ୫ ଜଣ ସଦସ୍ୟ ସୁଧ ହାର ପୂର୍ବପରି ସ୍ଥିର ରଡିବା ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ବିଶ୍ୱସ୍ତରରେ ସୃଷ୍ଟି ହୋଇଥିବା ଅସମ୍ଭାଳ ପରିସ୍ଥିତି ପରିପ୍ରେକ୍ଷୀରେ ଭାରତରେ ମହଙ୍ଗା ନିୟନ୍ତ୍ରଣରେ ରହିଥିବା ଶ୍ରୀ ଦାସ କହିଥିଲେ । ଏଥିସହିତ ଅର୍ଥନୀତି ଅଭିବୃଦ୍ଧିକୁ ଗତି ମିଳିଥିବା ମଧ୍ୟ ସେ କହିଥିଲେ ।

Get real time updates directly on you device, subscribe now.