fbpx

ଟୋକିଓ ଅଲିମ୍ପିକ୍ସ ଯିବେ ନାହିଁ କ୍ରୀଡା ମନ୍ତ୍ରାଳୟ ପ୍ରତିନିଧି, କେବଳ କୋଚ୍, ଆଥଲେଟ୍‌ ଓ ଫିଜିଓଥେରାପିଷ୍ଟଙ୍କୁ ମିଳିବ ଅନୁମତି

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କରୋନା ପରିସ୍ଥିତି ନେଇ ଆତଙ୍କ ଲାଗି ରହିଥିବା ବେଳେ କେନ୍ଦ୍ର କ୍ରୀଡାମନ୍ତ୍ରାଳୟ ଟୋକିଓ ଅଲିମ୍ପିକ୍ସକୁ କୌଣସି ପ୍ରତିନିଧି ଦଳ ପଠାଇବ ନାହିଁ ବୋଲି ନିଷ୍ପତ୍ତି ନେଇଛି । କାରଣ ଟୋକିଓ ଅଲିମ୍ପିକ୍ସରେ ପ୍ରତି ଦେଶର ସୀମିତ ସଂଖ୍ୟକ କର୍ମକର୍ତ୍ତା ପଠାଇବା ପାଇଁ ଟୋକିଓ ଅଲିମ୍ପିକ୍ସ ସାଂଗଠନିକ କମିଟି
ଓ ଜାପାନ ସରକାର ଆଗୁଆ ସୂଚନା ଦେଇ ସାରିଛନ୍ତି ।

ତେଣୁ ଭାରତୀୟ କ୍ରୀଡା ମନ୍ତ୍ରାଳୟ କହିଛି ଯେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ୧୦୦ ଆଥଲେଟ୍‌ ଯୋଗ୍ୟତା ହାସଲ କରିଛନ୍ତି । ଏମାନଙ୍କ ସହିତ କୋଚ ,ଫିଜିଓଥେରାପିଷ୍ଟଙ୍କୁ ମିଶାଇ ଅନ୍ୟାନ୍ୟ ୨୫ କିମ୍ବା ୩୫ ବ୍ୟକ୍ତିଙ୍କୁ ଟୋକିଓ ଯିବା ପାଇଁ ଅନୁମତି ଦିଆଯିବ । କାରଣ ଅଲିମ୍ପିକ୍ସରେ ସବୁ ଦେଶର ସୀମିତ ସଂଖ୍ୟକ କର୍ମକର୍ତ୍ତା ପଠାଇବା ପାଇଁ ସମସ୍ତ ଦେଶକୁ ଅବଗତ କରାଯାଇଛି । ତେଣୁ ଟୋ୍‌କିଓ ଅଲିମ୍ପିକ୍ସ ପ୍ରୋଟୋକଲ ଅନୁଯାୟୀ କାର୍ଯ୍ୟ କରିବାକୁ ପଡିବ ।

କାରଣ କରୋନା ପରିସ୍ଥିତିରେ ଅଲିମ୍ପିକ୍‌ କ୍ରୀଡା ଆୟୋଜନ କରିବାକୁ ଜାପାନର ବହୁ ସଂଖ୍ୟକ ଲୋକ ,ଡାକ୍ତର ଓ ବ୍ୟବସାୟୀ ଘୋର ବିରୋଧ କରି ଆସୁଛନ୍ତି । ତଥାପି ଏହାକୁ ଚାଲେଞ୍ଜ କରି ଜାପାନ ସରକାର ଏହି ସ୍ଥଗିତ ଅଲିମ୍ପିକ୍ସକୁ ଆୟୋଜନ କରିବାକୁ ଯୋଜନା ଚଳାଇଛନ୍ତି । ଜାପାନରେ କରୋନାର ଚତୁର୍ଥ ଲହର ଚାଲିଥିବା ଦୃଷ୍ଟିରୁ ଅଲିମ୍ପିକ୍‌ କ୍ରୀଡା ଅନୁଷ୍ଠିତ ହେଲେ ପୁଣି କରୋନା ପରିସ୍ଥିତି ସାଂଘାତିକ ହେବ ବୋଲି ଦେଶର ଲୋକ ଭୟ କରୁଛନ୍ତି ।

Get real time updates directly on you device, subscribe now.