fbpx

ଗବେଷକମାନେ ବିକଶିତ କଲେ ଏକ ‘Male Pill’: ଏହି ମୌଖିକ ଗର୍ଭନିରୋଧକ ଶୁକ୍ରାଣୁକୁ ନିଜ ରାସ୍ତାରେ ସମ୍ପୂର୍ଣ୍ଣ ଭାବେ ରୋକି ପାରିବ

ନୂଆଦିଲ୍ଲୀ: ଭାଲେଣ୍ଡାଇନ୍ସ ଡେ’ ଅବସରରେ ଆସନ୍ତୁ ଏକ ଅଦ୍ଭୂତପୂର୍ବ ପୁରୁଷ ଗର୍ଭନିରୋଧକ ବଟିକା ବିଷୟରେ ଆଲୋଚନା କରିବା । ଏହି ପିଲର ପ୍ରିକ୍ଲିନିକାଲ ମଡେଲ ପ୍ରମାଣିତ ହୋଇସାରିଥିବା ବେଳେ ଏହା ତା’ର ନିଜ ରାସ୍ତାରେ ସ୍ପର୍ମକୁ ସଫଳତାର ରୋକି ପାରିବ ବୋଲି ଆଶା କରାଯାଉଛି । ଯଦିଓ ଏହା ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଇଁ ଏକ ବଡ଼ କଥା ନୁହେଁ, କିନ୍ତୁ ବାସ୍ତବରେ ଏହା ଅଟେ । ଚାହିଦା ମୁତାବକ ଦୀର୍ଘ ଅବଧି ଧରି ରିସର୍ଚ୍ଚ କରିବା ପରେ ପୁରୁଷ ଗର୍ଭନିରୋଧକ ସମ୍ଭବ ବୋଲି ଏବେ ପ୍ରମାଣିତ ହୋଇଛି ।

ଏହି ଆବିଷ୍କାର ଗର୍ଭନିରୋଧକ କ୍ଷେତ୍ରରେ ଏକ ‘ଗେମ-ଚେଞ୍ଜର’ ଭାବେ ପରିଗଣିତ ହେବ । ଏହି ଷ୍ଟଡିର ଫଳାଫଳ ନେଚର କମ୍ୟୁନିକେସନସର ଆଜିର ପ୍ରତିକାରେ ପ୍ରକାଶିତ ହୋଇଛି । ଶିକ୍ଷାନୁଷ୍ଠାନର ଫାର୍ମାକୋଲୋଜିର ଦୁଇଜଣ ପ୍ରଫେସର ଡ. ଜୋଚେନ ବକ ଓ ଡ. ଲୋନି ଲେଭିନ ଏହି ଷ୍ଟଡିର କୋ-ସିନିୟର ଅଥର ରହିଥିଲେ । ଏହି ଆବିଷ୍କାର ଏକ ଗେମ-ଚେଞ୍ଜର ବୋଲି ୱେଇଲ କର୍ନେଲ ମେଡିସିନରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ।

ସେମାନେ କହିଛନ୍ତି, ପାଖାପାଖି ୨୦୦୦ ବର୍ଷ ଧରି ବର୍ତ୍ତମାନ ପର୍ଯ୍ୟନ୍ତ ଭାସେକ୍ଟୋମିସ ଓ କଣ୍ଡୋମ ବିଦ୍ୟମାନ ରହିଛି । ଏଗୁଡ଼ିକ ପୁରୁଷ ଗର୍ଭନିରୋଧକ ପାଇଁ କେବଳ ଏକମାତ୍ର ମାଧ୍ୟମ ରହିଛି । ଅତୀତରେ ପୁରୁଷଙ୍କ ପାଇଁ ମୌଖିକ ଗର୍ଭନିରୋଧକ ଉପରେ ରିସର୍ଚ୍ଚ କରାଯାଇଥିଲା । ନିରାପଦ ଓ ସାଇଡ୍ ଇଫେକ୍ଟ କ୍ଷେତ୍ରରେ ଏହି ସମ୍ଭାବ୍ୟ ଗର୍ଭନିରୋଧକର ଚାହିଦାକୁ ଡ. ଲେଭିନ୍ ଆଂଶିକ ଭାବେ ଶ୍ରେୟ ଦେଇଛନ୍ତି ।

Get real time updates directly on you device, subscribe now.