fbpx

Finance Company ଉପରେ ରିଜର୍ଭ ବ୍ୟାଙ୍କର ଝଡ: ନିୟମ ଉଲ୍ଲଙ୍ଘନ ଯୋଗୁଁ ନେଲା ବଡ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବିଭିନ୍ନ କମ୍ପାନୀକୁ ନେଇ ଆସୁଥିବା ଅଭିଯୋଗ ପରେ ଏବେ ଆକ୍ସନ ମୁଡକୁ ଆସିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଅନେକ ବ୍ୟାଙ୍କରେ ଅନିୟମିତତା ନେଇ ଅଙିଯୋଗ ଆସିବା ପରେ ବାରମ୍ବାର ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କିନ୍ତୁ ଏବେ ରିଜର୍ଭ ବ୍ୟାଙ୍କ ତରଫରୁ ଏବେ ନିଆଯାଇଛି ଏକ ବଡ ପଦକ୍ଷେପ । ଏକ ଫାଇନାନ୍ସିଆଲ କମ୍ପାନୀ ରେଜିଷ୍ଟ୍ରେସନ ରଦ୍ଦ କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ।

ରିଜର୍ଭ ବ୍ୟାଙ୍କ ତରଫରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ, ଆଉଟସୋର୍ସିଙ୍ଗ ଏବଂ ଅନ୍ୟ ପକ୍ଷର ଆପ୍ ବ୍ୟବହାର କରିବା ଅଭିଯୋଗରେ କମ୍ପାନୀର ରେଜିଷ୍ଟ୍ରେସନ ରଦ୍ଦ କରିଛି ଆରବିଆଇ । ଏହି ଆପ୍ ଜରିଆରେ ଡିଜିଟାଲ ଲେଶନ ପରିଚାଳନାରେ ଉଚିତ ବ୍ୟବହାର ସଂହିତା ସମ୍ବନ୍ଧୀୟ ନିୟମର ଉଲ୍ଲଙ୍ଘନ କରିଥିବା ନେଇ ରାଇନୋ ଫାଇନାନ୍ସ ପ୍ରାଇଭେଟ ଲିମିଟେଡର ରେଜିଷ୍ଟ୍ରେସନ ରଦ୍ଦ କରିଥିବା ଜାଣିବାକୁ ମିଳିଛି । ଆରବିଆଇ ତରଫରୁ କୁହାଯାଇଛି ଯେ, ଏସବୁ ଗତିବିଧି ଲୋକମାନଙ୍କ ପାଇଁ କ୍ଷତିକାରକ ହୋଇପାରେ ।

ଆରବିଆଇ କହିଛି ଯେ, କମ୍ପାନୀ ଅଧିକ ସୁଧ ଆଦାୟ କରିବା ଦ୍ୱାରା ବର୍ତ୍ତମାନର ନିୟମକୁ ଉଲ୍ଲଙ୍ଘନ କରିବା ସହ ଲୋନ ଆଦାୟ କରି ଗ୍ରାହକଙ୍କ ସହ ଅନୁଚିତ ବ୍ୟବହାର କରୁଥିଲା । କମ୍ପାନୀ ସହ ଯୋଡି ହୋଇଥିବା ସର୍ଭିସ ପ୍ରୋଭାଇଡର/ ମୋବାଇଲ ଆପରେ ହେଲେଶ ଲେଶନ୍, କେଡିଟ ହମ୍, କୋକୋ କ୍ୟାଶ, ଫ୍ଲାସ ଲୋନ, ବ୍ରିଜ ଲୋନ୍, କ୍ରେଜି ବି ଏବଂ ରୁପି ବସ୍ ସାମିଲ ରହିଛି । କେନ୍ଦ୍ରୀୟ ବ୍ୟାଙ୍କ କହିଛନ୍ତି ଯେ, ପଞ୍ଜୀକରଣ ପ୍ରମାଣପତ୍ର ରଦ୍ଦ ହେବା ଦ୍ୱାରା କମ୍ପାନୀ ବେଆଇନ ବ୍ୟାଙ୍କିଙ୍ଗ ଅର୍ଥନୈତିକ ସଂସ୍ଥାର କାର୍ଯ୍ୟକଳାପ କରିପାରିବ ନାହିଁ ।

Get real time updates directly on you device, subscribe now.