ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଇଏଏସ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର । ଶାଳିନୀ ପଣ୍ଡିତ ହୋଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ । ନିକୁଞ୍ଜ ବିହାରୀ ଦଳଙ୍କୁ ଅବକାରୀ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଗ୍ରୀଡକୋ ଅଧ୍ୟକ୍ଷ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଛି । ଏହା ସହ କୃଷି ସଚିବ ଅରବିନ୍ଦ ପାଢ଼ୀ ହସ୍ତତନ୍ତ ଓ ବୟନ ଶିଳ୍ପ ସଚିବ ଭାବେ ମଧ୍ୟ ଦାୟିତ୍ୱ ସମ୍ଭାଳିବେ ।
ସେହିପରି ସୁରେଶ କୁମାର ବଶିଷ୍ଟଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସଚିବ ଭାବେ ଦାୟିତ୍ୱ ମିଳିଛି । ଶୁଭା ଶର୍ମାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ ଦାୟିତ୍ୱ ମିଳିଛି । ଭାସ୍କର ଜ୍ୟୋତି ଶର୍ମାଙ୍କୁ ବିଜ୍ଞାନ ଓ ବୈଷୟିକ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି ।
ଏହା ସହ ଗୁହା ପୁନମ ତାପସ କୁମାର ହୋଇଛନ୍ତି ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ । ଡାକ୍ତର ବୃନ୍ଦା ଡି. ହୋଇଛନ୍ତି ମିଶନ ନିର୍ଦ୍ଦେଶକ ଏନଏଚଏମ । ସଞ୍ଜୟ କୁମାର ମିଶ୍ରଙ୍କୁ ଓପିଟିସିଏଲ ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସରୋଜ କୁମାର ମିଶ୍ର ହୋଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ।