fbpx

IPS ସ୍ତରରେ ଅଦଳବଦଳ: ୫ଟି ଜିଲ୍ଲାର SP ବଦଳିଲେ, ୧୮ ଜଣଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପୋଲିସ ସେବା (ଅଧିକାରୀ) ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ୫ଟି ଜିଲ୍ଲାର ଏସପିଙ୍କୁ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି । ଏପରି ଭାବେ ମୋଟ ୧୮ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନରେ ଦାୟିତ୍ୱ ପ୍ରଦାନ କରାଯାଇଛି । ମିତ୍ରଭାନୁ ମହାପାତ୍ରଙ୍କୁ ରାଉରକେଲାର ଏସପି ଦାୟିତ୍ୱ ଦିଆଯାଇଥିବା ବେଳେ ବି. ଗଙ୍ଗାଧରଙ୍କୁ ମୟୂରଭଞ୍ଜର ଏସପି ଭାବେ ଅବସ୍ଥାପିତ କରାଯାଇଛି ।

ସେହିପରି ମୁକେଶ କୁମାର ଭାମୁଙ୍କୁ ସମ୍ବଲପୁର ଏସପି, କୁସଲକର ନୀତିନ ଦାଗଡ଼ୁଙ୍କୁ କେଉଁଝର ଏସପି ଓ ଖିଲାରୀ ରିଷିକେଶ ଡ୍ୟାନ୍ଦେଓଙ୍କୁ ବଲାଙ୍ଗିର ଏସପି ଭାବେ ଅବସ୍ଥାପିତ କରାଯାଇଛି । ସି.ଏସ ମିନାଙ୍କୁ କୋରାପୁଟ ଡିଆଇଜିପି, ଏ. ସିଂହଙ୍କୁ ଡିଆଜିପି ଏସଆଇଡବ୍ଲ୍ୟୁ, ରାଜେଶ ପଣ୍ଡିଙ୍କୁ ଡିଆଇଜିପି ଏଫଏସ ଓ ଏଚଜି, ଆଶିଷ ସିଂହଙ୍କୁ ଆଇଜିପି କଟକ ଓ ଆଇଜିପି ଏସଏଫଏସଏଲ ଦାୟିତ୍ୱ ଦିଆଯାଇଛି ।

ନରସିଂହ ଭୋଲଙ୍କୁ ଅବକାରୀ କମିଶନର, ରାଜେଶ କୁମାରଙ୍କୁ ଏଡିଜିପି ଆଧୁନିକୀକରଣ, ଦୟାଲ ଗଙ୍ଗୱାରଙ୍କୁ ଏଡିଜିପି ରେଲୱେ ଓ ତଟ ସୁରକ୍ଷା, ସୁରେଶ ଦେବ ଦତ୍ତ ସିଂହଙ୍କୁ ଏଡିଜିପି ଅପରେସନ୍ସ, ଅମିତାଭ ଠାକୁରଙ୍କୁ ପରିବହନ କମିଶନର, ଆର.କେ ଶର୍ମାଙ୍କୁ ଅତିରିକ୍ତ ଡିଜିପି ହେଡକ୍ୱାର୍ଟର, ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଏଚଜି ଓ ଡାଇରେକ୍ଟର ସି.ଡି, ଏ.ଏମ ପ୍ରସାଦଙ୍କୁ ସ୍ପେଲାଲ ଡିଜିପି ଏଚଆରପିସି ଭାବେ ଦାୟିତ୍ୱ ଦିଆଯାଇଛି । ଏହି ସମସ୍ତ ଅଧିକାରୀମାନେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଦାୟିତ୍ୱରେ ରହିଥିବା ବେଳେ ସେମାନେ ଖୁବଶୀଘ୍ର ନୂଆ ସ୍ଥାନରେ ନୂଆ ପଦରେ ଦାୟିତ୍ୱ ଗ୍ରହଣ କରିବେ । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.