fbpx

OAS ସ୍ତରରେ ଅଦଳବଦଳ, ପ୍ରଦୀପ କୁମାର ସାହୁ ଏସଏମସି କମିଶନର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ୯ ଜଣ ଓଏଏସ୍ ଅଫିସରଙ୍କ ବଦଳି କରାଯାଇଛି । ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ଥିବା ପ୍ରଦୀପ କୁମାର ସାହୁଙ୍କୁ ସମ୍ବଲପୁର ମହାନଗର ନିଗମ (ଏସଏମସି) କମିଶନର ଭାବେ ବଦଳି କରାଯାଇଛି । କୋରାପୁଟ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକଙ୍କୁ ଏସଏମସି କମିଶନର ଭାବେ ହୋଇଥିବା ବଦଳିକୁ ବାତିଲ କରଦିଆଯାଇଛି । ଶ୍ରୀ ନାୟକଙ୍କୁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।

ଏହାସହିତ ସ୍ନିଗ୍ଧାରାଣୀ ଧଳଙ୍କୁ ଢେଙ୍କାନାଳ ଉପଜିଲ୍ଲାପାଳ, ଅନିତା ପାତ୍ରଙ୍କୁ କଟକ ମହାନଗର ନିଗମ ଯୁଗ୍ମ କମିଶନର, ଜୟଶ୍ରୀ ମଲ୍ଲିକଙ୍କୁ ଚମ୍ପୁଆର ଆଇଡିଟିଏ ପିଏ, ସୁଶାନ୍ତ କୁମାର ପତିଙ୍କୁ ଅନୁଗୁଳ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ରଶ୍ମୀରେଖା ଦାସଙ୍କୁ ପୁରୀ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ବୈତୁରା ଦୀପଙ୍କୁ ଅନୁଗୁଳ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ଅତସୀ ଦାସଙ୍କୁ ଆଦିବାସୀ ଉନ୍ନୟନ ସମବାୟ ନିଗମରେ ନିଯୁକ୍ତି ପାଇଁ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ବିଭାଗକୁ ଡେପୁଟେସନରେ ପଠାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

Get real time updates directly on you device, subscribe now.