CHARIDHAM

OAS ସ୍ତରରେ ଅଦଳବଦଳ, ମନୋରଞ୍ଜନ ମଲ୍ଲିକ ହେଲେ OSSC ସେକ୍ରେଟାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି)ର ଯୁଗ୍ମ ସଚିବ ମନୋରଞ୍ଜନ ମଲ୍ଲିକଙ୍କୁ ଓଏସଏସସିର ସେକ୍ରେଟାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଶ୍ରୀଧର ନାୟକଙ୍କୁ ରାଜ୍ୟ ସୂଚନା କମିଶନ ସେକ୍ରେଟାରୀ ଭାବେ ନିଯୁକ୍ତି ମିଳିଛି ।

ସେହିପରି ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶଶାଙ୍କ ଶେଖର ଦାଶ ସାଧାରଣ ଓ ପ୍ରଶାସନ ବିଭାଗର ଅତିରିକ୍ତ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଛନ୍ତି । ଓଡ଼ିଶା ପର୍ଯ୍ୟଟନ ନିଗମ (ଓଟିଡିସି) ଜିଏମ ଶାନ୍ତନୁ କୁମାର ମହାନ୍ତିଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, କଟକ ଆରଡିସି କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଧରିତ୍ରୀ ମିଶ୍ରଙ୍କୁ ଆଚାର୍ଯ୍ୟ ହରିହର ପିଜି କ୍ୟାନସର ଇନଷ୍ଟିଚ୍ୟୁଟର ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି ।

ଭୁବନେଶ୍ୱରରେ ବିଡିଓ ଥିବା ରମେଶ ଚନ୍ଦ୍ର ସେଠୀଙ୍କୁ ଢେଙ୍କାନାଳର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ଅନୁଗୁଳ ଅତିରିକ୍ତ ପିଡି ଡିଆରଡିଏ ସୁଶାନ୍ତ କୁମାର ପତିଙ୍କୁ ପାଲହଡା ଉପଜିଲ୍ଲାପାଳ, ଅନୁଗୁଳ ଅତିରିକ୍ତ ଉପଜିଲ୍ଲାପାଳ ବାଇତୁରା ଦୀପଙ୍କୁ ଅନୁଗୁଳ ଉପଜିଲ୍ଲାପାଳ, କନ୍ଧମାଳର ଡେପୁଟି କଲେକ୍ଟର ସରୋଜ କୁମାର ବେହେରାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଉପସଚିବ ଓ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ମିଳିଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।