ନିର୍ବାଚନ କମିଶନରଙ୍କ ନିୟମ ଅନୁସାରେ ରାଜ୍ୟରେ ଆରମ୍ଭ ହୋଇଥିଲା ପଞ୍ଚାୟତ ନିର୍ବାଚନ । ତେବେ 5 ଟି ପର୍ଯ୍ୟାୟରେ ହୋଇଥିଲା ନିର୍ବାଚନ । ମାଲକାନଗିରି ଜିଲ୍ଲାରେ ମଧ 5 ଟି ପ୍ରଯ୍ୟୟ ରେ ଭୋଟ ଦେବା ଆରମ୍ଭ ହୋଇଥିଲା । ତେବେ ଆଜି ଶେଷ ପ୍ରଯ୍ୟୟ ନିର୍ବାଚନରେ ଭୋଟ ଦେଇଛନ୍ତି ସ୍ୱାଭିମାନ ଅଞ୍ଚଳ ବାସୀ । ସ୍ୱାଭିମାନ ଅଂଚଳରେ ମାଓ ଦବ ଦବା ଥିବାରୁ 10 ବର୍ଷ ହେଲା ଭୋଟ ଦେବାରୁ ବଞ୍ଚିତ ଥିଲେ ସ୍ୱାଭିମାନ ଅଞ୍ଚଳ ବାସୀ । ଆଜି ସୁରକ୍ଷା ବଳୟ ମଧ୍ୟରେ ଭୋଟ ଦେଇଛନ୍ତି ସ୍ୱାଭିମାନି ।
ମାଲକାନଗିରି ଜିଲ୍ଲାର ଲାଲ ଗଡ଼ ଭାବେ ପରିଚିତ ଥିଲା ବର୍ତମାନ ର ସ୍ୱାଭିମାନ ଅଞ୍ଚଳ । ସେଠି ଚାଲିଥିଲା କେବଳ ଲାଲ ବାହିନୀଙ୍କ ବନ୍ଧୁକ ମୁନର ଶାସନ ସହ ପ୍ରଜାକୋର୍ଟ ନିୟମ । କିନ୍ତୁ ଗୁରୁପ୍ରିୟା ସେତୁ ହେବା ପରେ ଭାଙ୍ଗିବାକୁ ଲାଗିଲା ଲାଲ ଗଡ଼ ଓ ଲାଲଗଡ଼ ଭାଙ୍ଗିବା ପରେ ଆଜି ଦୀର୍ଘ 10 ବର୍ଷ ପରେ ପଞ୍ଚାୟତ ନିର୍ବାଚନ ରେ ଭୋଟ ଦେଇଛନ୍ତି ସ୍ୱାଭିମାନି । ତେବେ ଯବାନଙ୍କ ଘନ ଘନ କୁମିଙ୍ଗ ସହ ବିଭିନ୍ନ ବୁଥ ରେ ଯବାନ ମାନେ ରହି ନିର୍ବାଚନକୁ ସଫଳ କରିବାରେ ସହାୟକ ହୋଇଛନ୍ତି। ତେବେ ପୂର୍ବରୁ ମାଓବାଦୀଙ୍କ ଦବଦବା ଯଗୁଁ ଭୋଟ ଦେଇପାରୁନଥିବା କଥା କହିଛନ୍ତି ସ୍ୱାଭିମାନ ଅଞ୍ଚଳ ବାସୀ ।
ମାଓବାଦୀଙ୍କ ଦବଦବା ଯଗୁଁ ସ୍ୱାଭିମାନ ଅଞ୍ଚଳ ବାସୀ ଭୟରେ ଜୀବନ ଯାପନ କରିବା ସହ ସରକାରଙ୍କ ସମସ୍ତ ସୁବିଧା ଓ ନିଜ ଅଧିକାରକୁ ମଧ୍ୟ ଜାହିର କରି ପାରୁନଥିଲେ । କିନ୍ତୁ ଆଜି ଭୋଟ ଦେବା ସହ ନିଜ ଅଂଚଳର ବିକାଶ ଦିଗରେ ସହାୟକ ହେବା ପାଇଁ ଗୋଟେ ଉଚିତ ପ୍ରଥୀଙ୍କୁ ବାଛି ଖୁସି ଅନୁଭବ କରିଛନ୍ତି ଅଞ୍ଚଳ ବାସୀ ।