fbpx

ଭାରତର ଭାବନାକୁ ସମ୍ମାନ ଦେଇଛି ଆମେରିକା, ଦେଶରୁ ଚୋରୀ ହୋଇଥିବା ୧୦୦ରୁ ଅଧିକ ପୁରୁଣା ଜିନିଷ ଫେରାଇ ଦେବାକୁ ନେଇଛି ନିଷ୍ପତ୍ତି

Advertisement

ନୂଆଦିଲ୍ଲୀ:ଆମେରିକାକୁ ୪ ଦିନିଆ ଗସ୍ତ ସମାପ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଜିପ୍ଟ ଯାତ୍ରା କରିଛନ୍ତି । ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ସାମ୍ବାଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ‘ଏବେ ମେକ୍ ଇନ୍ ଇଣ୍ଡିଆ ମେକ୍ ଫର ୱାର୍ଲ୍ଡକୁ ପରିବର୍ତ୍ତିତ ହେବ’ । ଭାରତରେ ଅଧିକରୁ ଅଧିକ ନିବେଶର ଏହା ପ୍ରକୃଷ୍ଟ ସମୟ । ଯେପରି ଲୋକମାନେ ଖାଦ୍ୟ ଖାଇବା ପରେ କିଛି ମିଠା ଖାଇଥାନ୍ତି ସେହିପରି ମୁଁ ଆମେରିକା ଯାତ୍ରା ଆପଣଙ୍କ ସହ ମିଶି ହିଁ ସମାପ୍ତ କରୁଛି । ଅର୍ଥାତ୍ ଏହି ଭେଟଭାଟ ମୋ ଲାଗି ସ୍ୱାଦିଷ୍ଟ ମିଠା ପରି ।

ପ୍ରଧାନମନ୍ତ୍ରୀ ମୋଦୀ ୱାଶିଂଟନ୍ ରେ ଭାରତୀୟ ସମୁଦାୟକୁ ସମ୍ବୋଧନ କରିବା ପରେ ଏବେ ଇଜିପ୍ଟ ଯାତ୍ରା କରିଛନ୍ତି । ଭାରତୀୟ ସମୁଦାୟ ଉଦ୍ଦେଶ୍ୟରେ ସେ କହିଛନ୍ତି ପରିବର୍ତ୍ତିତ ଭାରତର ଚିତ୍ର ଆପଣଙ୍କୁ ଚମକ୍ରୃତ କରିଦେବ । ଭାରତକୁ ନିଜର ନିଷ୍ପତ୍ତି ଉପରେ କୌଣସି ସନ୍ଦେହ ନାହିଁ । ଭାରତରେ ଅଧିକରୁୁ ଅଧିକ ନିବେଶର ଏହା ପ୍ରକୃଷ୍ଟ ସମୟ । ନିଜ ସମ୍ବୋଧନ ଶେଷ କରିବା ପରେ ମୋଦୀ କହିଥିଲେ ଯେଉଁପରି ଭାବରେ ଲୋକମାନେ ଖାଦ୍ୟ ଖାଇ ସାରିବା ପରେ ମିଠା ଖାଇଥାନ୍ତି ସେହିପରି ଭାବରେ ମୁଁ ଏହି ଯାତ୍ରା ମୋ ନିଜ ଲୋକମାନଙ୍କ ସହ ମିଶି ସମାପ୍ତ କରୁଛି ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି , ଆମେରିକା ସରକାର ଭାରତରୁ ଚୋରୀ ହୋଇଥିବା ୧୦୦ରୁ ଅଧିକ ପୁରୁଣା ମୂର୍ତ୍ତି ଭାରତକୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛି । ଏହି ସମସ୍ତ ପୁରାତନ ମୂର୍ତ୍ତି ବହୁ ବର୍ଷ ତଳୁ ଅନ୍ତଃରାଷ୍ଟ୍ରୀୟ ବଜାରରେ ପହଞ୍ôଚ ଯାଇଛି । ଏହିସବୁ ଐତିହାସିକ କୀର୍ତ୍ତିରାଜିକୁ ଆମେରିକା ଆମକୁ ଫେରାଇ ଦେବାର ଯେଉଁ ପ୍ରୟାସ କରୁଛି ସେଥିପାଇଁ ମୁଁ ଆମେରିକା ନିକଟରେ ଋଣୀ । କୌଣସି ଅନ୍ୟ ଦେଶର ଭାବନାକୁ ସମ୍ମାନ କରିବା ଦ୍ୱାରା ଦୁଇ ଦେଶର ସଂପର୍କ ଆହୁରି ମଜଭୁତ ହୋଇଥାଏ । ଗତ ବର୍ଷ ମଧ୍ୟ ମୋତେ ବହୁ ଐତିହାସିକ ସାମଗ୍ରୀ ଫେରାଇ ଦିଆଯାଇଥିଲା । ମୁଁ ବିଶ୍ୱର ଯେଉଁଠିକୁ ବି ଯାଉଛି ସେଠାରେ ମୋତେ ଲୋକଙ୍କ ଭରପୁର ଭରସା ମିଳୁଛି ।

ୱାଶିଂଟନର ରୋନାଲ୍ଡ ରେଗାନ୍ ସେଣ୍ଟରରେ ଭାରତୀୟ ବଂଶୋଦ୍ଭବଙ୍କୁ ଉଦବୋଧନ ଦେଇ ମୋଦୀ କହିଛନ୍ତି ଆପଣମାନେ ଏହି ହଲ୍ରେ ପୁରା ଭାରତର ନକ୍ସା ପ୍ରସ୍ତୁତ କରିଛନ୍ତି । ମୁଁ ଏଠାରେ ଭାରତର ସବୁ କୋଣରୁ ଆସିଥିବା ଲୋକଙ୍କୁ ଦେଖିପାରୁଛି । ଏପରି ଲାଗୁଛି କି ଏଠାରେ ଏକ ଛୋଟ ଭାରତ ତିଆରି ହୋଇଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ ପ୍ରଧାନମନ୍ତ୍ରୀ ମୋଦୀ ୪ ଦିବସୀୟ ଆମେରିକା ଯାତ୍ରା ସମାପ୍ତ କରି ଇଜିପ୍ଟ ରାଜଧାନୀ କାଇରା ଯାତ୍ରା କରିଛନ୍ତି । ପ୍ରଧାନମନ୍ତ୍ରୀ ଏଠାକୁ ଦୁଇ ଦିବସୀୟ ରାଜକୀୟ ଯାତ୍ରାରେ ଯାଉଛନ୍ତି ।

Get real time updates directly on you device, subscribe now.