fbpx

ଦାଖଲ ହେଲା କୋଭାକ୍ସିନର ଫେଜ୍-୩ ଟ୍ରାଏଲ ରିପୋର୍ଟ; ବିଶେଷଜ୍ଞ ଟିମ୍ କରିବେ ଅଧ୍ୟୟନ

Advertisement

ନୂଆଦିଲ୍ଲୀ: କୋଭାକ୍ସିନର ଟ୍ରାଏଲ ରୋପୋର୍ଟ ଏପର୍ଯ୍ୟନ୍ତ କୌଣସି ସମୀକ୍ଷା ପତ୍ରିକାରେ ପ୍ରକାଶ ପାଇ ନାହିଁ । କମିଟି ଏହାର ଭଲ ଭାବରେ ସମୀକ୍ଷା କରିବା ପରେ କରୋନା ବିରୋଧରେ କେତେ ସଫଳ ରହିବା ତାହାର ରେଜଲ୍ଟ ସାର୍ବଜନୀନ କରାଯିବ । ଅନ୍ୟପକ୍ଷରେ ଭାରତ ବାୟୋଟେକ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ତଥ୍ୟ ଦାଖଲ କରିବା ପାଇଁ ବୈଠକ କରିବାର ରହିଛି । ଏହା ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ କୋଭାକ୍ସିନର ଜରୁରୀ କାଳୀନ ବ୍ୟବହାର ପାଇଁ ବାଟ ଫିଟିନ ବୋଲି ଆଶା କରାଯାଉଛି ।

ସୂଚନା ଅନୁଯାୟୀ ଚଳିତ ମାସରେ କମ୍ପାନୀ କହିଥିଲା କି ସେମାନେ କୋଭାକ୍ସିନ ଟିକାର ଟ୍ରାଏଲ ରିପୋର୍ଟ ଜୁଲାଇ ମାସରେ ଜାରି କରାଯିବ । ଏହାପରେ ସମ୍ପୂର୍ଣ୍ଣ ଲାଇସେନ୍ସ ପାଇଁ ଆବେଦନ କରିବ ବୋଲି କହିଛି । ଏହା ପ୍ରକୃତରେ କରୋନାକୁ କେତେ ମାତ୍ରାରେ ମାତ୍ ଦେଇପାରୁଛି ତାର ତଥ୍ୟ ଏହି ରିପୋର୍ଟ ଫେଜ୍-୩ର ଟ୍ରାଏଲରେ ରହିଛି ।

ମାର୍ଚ୍ଚ ମାସରେ ଭାରତ ବାୟୋଟେକ୍ ଫେଜ୍-୩ ଟ୍ରାଏଲ ଅନ୍ତରୀଣ ରିପୋର୍ଟ ଜାରି କରିଥିଲା । ଏଥିରେ କରୋନାକୁ ମାତ୍ ଦେବାରେ କୋଭାକ୍ସିନ ୮୧% ସଫଳ ହେବ ବୋଲି କୁହାଯାଇଥିଲା । ସେହିପରି ଟିକା ନେବା ପରେ ଯଦୁ କେହି ସଂକ୍ରମିତ ହୁଅନ୍ତି ତାହେଲେ ସେ ହସ୍ପିଟାଲରେ ଭର୍ତ୍ତି ହେବାର ଆସଙ୍କା ବହୁତ କମ୍ । ତେବେ ଫେଜ୍-୩ ଟ୍ରାଏଲର ଚୂଡାନ୍ତ ରିପୋର୍ଟ ସାର୍ବଜନୀନ ହୋଇ ନଥିବା ବେଳେ ଗତ ମାସରୁ ଛୋଟ ପିଲାଙ୍କ ଉପରେ ଟିକାର ପରୀକ୍ଷଣ ଆରମ୍ଭ ହୋଇଛି । ଏହା ୨ ବର୍ଷରୁ ୧୮ ବର୍ଷ ମଦ୍ୟରେ ପିଲାମାନଙ୍କ ଉପରେ ଟିକାର ଫେଜ-୨/୩ ଟ୍ରାଏଲ ହେବ ବୋଲି କମ୍ପାନୀ କହିଛି । କରୋନାର ତୃତୀୟ ତରଙ୍କରେ ପିଲାମାନଙ୍କ ଉପରେ ଅଧିକ ପ୍ରଭାବ ହେବାର ସମ୍ଭାବନା ରହିଛି ବୋଲି କରୋନା ଟିକାର ପରୀକ୍ଷା ଗୁରୁତ୍ୱପୁର୍ଣ୍ଣ ବିବେଚନା କରାଯାଉଛି ।

Get real time updates directly on you device, subscribe now.