fbpx

ଖୁବଶିଘ୍ର କମିଯିବ ଟମାଟୋ, ପିଆଜ ଏବଂ ଆଳୁର ମୂଲ୍ୟ, ସରକାର ନେଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ବିଲାତି, ପିଆଜ ଏବଂ ଆଳୁର ମୂଲ୍ୟ ସାରା ଦେଶବାସୀଙ୍କୁ କନ୍ଦାଇଲାଣି । ପ୍ରଥମେ ଅଧିକ ଗରମ ଏବଂ ପରେ ବର୍ଷା ପାଇଁ ଏହି ପନିପରିବାର ମୂଲ୍ୟ ବଢିବାରେ ଲାଗିଛି । ବର୍ତ୍ତମାନ ସରକାର ଆଶା ଦେଇଛନ୍ତି ଯେ, ଏପରି ପରିସ୍ଥିତି ପରିବର୍ତ୍ତନ ହେବ ହୋଇ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ମିଳିବ । ଦକ୍ଷିଣ ଭାରତର ରାଜ୍ୟମାନଙ୍କରେ ମଧ୍ୟ ଯୋଗାଣରେ ବୃଦ୍ଧି ପାଇବା ବୋଲି ଆଶା ରହିଛି ।

ସରକାରୀ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ଟମାଟୋ ରିଟେଲ ମୂଲ୍ୟ ପ୍ରତି କିଲୋଗ୍ରାମ ପିଛା ୭୫ ଟଙ୍କା, ମୁମ୍ବାଇରେ କିଲୋଗ୍ରାମ ପିଛା ୮୩ ଟଙ୍କା, ସେହିପରି କୋଲକାତାରେ ୮୦ ଟଙ୍କାରେ ପହଞ୍ଚିଛି । ଟମାଟର ମୂଲ୍ୟ ସପ୍ଲାଏ ପାଇଁ ବଢୁଥିଲା । ସରକାରଙ୍କ କହିବାନୁଯାୟୀ, ଦିଲ୍ଲୀ ଏବଂ ଅନେକ ସହରରେ ଟମାଟୋ, ଆଳୁ ଏବଂ ପିଆଜ ମୂଲ୍ୟ ହାଇରେଟରେ ଚାଲୁଛି । ଉପଭୋକ୍ତା ମାମଲାରେ ମନ୍ତ୍ରାଳୟର ଅଧିକାରୀ କହିଛନ୍ତି ଯେ, ଅତ୍ୟଧିକ ଗରମ ଏବଂ ପ୍ରବଳ ବର୍ଷା ପାଇଁ ସପ୍ଲାଏରେ ସମସ୍ୟା ଉପୁଜୁଥିଲା । ଏହି କାରଣରୁ ବୃଦ୍ଧି ମୂଲ୍ୟକୁ କମ କରାଯାଇପାରୁନଥିଲା ।

ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଟମାଟରର ହାରାହାରି ଖୁଚୁରା ମୁଲ୍ୟ ୧୨ ଜୁଲାଇ କିଲୋଗ୍ରାମ ପିଛା ୬୫.୨୧ ଟଙ୍କା ଥିଲା । ଗତବର୍ଷ ଏହି ରେଟ ୫୩.୩୬ ଟଙ୍କା ଥିଲା । ଦିଲ୍ଲୀରେ ଟମାଟର ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରୁ ଆସୁଥିଲା । ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରୁ ହାଇବ୍ରିଡ ଟମାଟର ଆସିବା ପରେ ମୂଲ୍ୟ କମିଥିଲା । ସରକାର ଟମାଟରର ସବସିଡି ବ୍ରିକ୍ରି ପୁଣିଥରେ ଆରମ୍ଭ କରିବେ ନାହିଁ । ଗତବର୍ଷ ମୂଲ୍ୟ ୧୧୦ ଟଙ୍କା ହୋଇଥିବା ବେଳେ ଏହି ଉପାୟ ଲାଗୁ କରାଯାଇଥିଲା ।

Get real time updates directly on you device, subscribe now.