fbpx

୪ ଦିନ ତଳେ ଅବସର, ଏବେ ପୁଣି ଦଳରେ ସାମିଲ ହେଲେ ଆଣ୍ଡରସନ୍… ମିଳିଲା ନୂଆ ଭୂମିକା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପରେ କ୍ରିକେଟରୁ ଅବସର ନେଇଥିଲେ ଇଂଲଣ୍ଡର ଷ୍ଟାର ବୋଲର ଜେମ୍ସ ଆଣ୍ଡସନ୍ । କିନ୍ତୁ ସିରିଜର ଦ୍ୱିତୀୟ ମ୍ୟାଚ ପୂର୍ବରୁ ପୁଣିଥରେ ସେ ଦଳକୁ କମବ୍ୟାକ କରିଛନ୍ତି । ଅବସର ଘୋଷଣା କରିବାର ମାତ୍ର ୪ ଦିନ ପରେ ପୁଣି ଇଂଲଣ୍ଡ ଦଳରେ ସାମିଲ ହୋଇଛନ୍ତି ଆଣ୍ଡରସନ୍ । ୧୮ ତାରିଖରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିବାକୁ ଥିବା ବେଳେ ଏହାପୂର୍ବରୁ ଏକ ବଡ଼ ଘୋଷଣା କରିଛି ଦଳ । ଖେଳାଳି ଭାବରେ ଅବସର ନେବା ପରେ ଏକ ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଇଂଲଣ୍ଡ ଦଳରେ ସାମିଲ ହୋଇଛନ୍ତି ଆଣ୍ଡରସନ୍ ।

ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଶେଷ ହୋଇଥିବା ବେଳେ ଦ୍ୱତୀୟ ମ୍ୟାଚ ପୂର୍ବରୁ ଦଳ ବଡ଼ ଘୋଷଣା କରିଛନ୍ତି । ସିରିଜର ବାକି ୨ଟି ମ୍ୟାଚରେ ଆଣ୍ଡରସନ୍ ଦଳ ସହ ହିଁ ରହିବେ ବୋଲି ଘୋଷଣା କରାଯାଇଛି । ୱେଷ୍ଟଇଣ୍ଡିଜ ବିପକ୍ଷରେ ଇଂଲଣ୍ଡର ବୋଲିଂ ମେଣ୍ଟର ଭାବରେ ଆଣ୍ଡସନ୍ ଦାୟିତ୍ୱ ବହନ କରିବେ । ତେବେ ଏହାପରେ ସେ ଏହି ଦାୟିତ୍ୱରେ ରହିବେ କି ନାହିଁ, ସେ ନେଇ ବୋର୍ଡ ନିଷ୍ପତ୍ତି ନେବ । ତେବେ ସିରିଜର ଦ୍ୱିତୀୟ ଟେଷ୍ଟ ନଟିଂଘମର ଟ୍ରେଣ୍ଟ ବ୍ରିଜରେ ଖେଳାଯିବ । ସେଠାରେ ପ୍ରଥମ ଥର ପାଇଁ ଏକ ନୂଆ ଭୂମିକାରେ ନଜର ଆସିବେ ଆଣ୍ଡରସନ୍ । ମଇଦାନରେ ଜରେ ବୋଲର ଭାବରେ ଦାୟିତ୍ୱ ଶେଷ ହେବା ପରେ ଏହି ସିରିଜ ପାଇଁ ସେ ଦଳର ବୋଲିଂ ମେଣ୍ଟର ଦାୟିତ୍ୱ ଗ୍ରହଣ କରିବେ । ତେବେ ନୂଆ ଭୂମିକାରେ ଆଣ୍ଡରସନଙ୍କୁ ଇଂଲଣ୍ଡର ଖେଳାଳି ଏବଂ କୋଚିଂ ଷ୍ଟାଫ୍ ଦମଦାର ସ୍ୱାଗତ ଜଣାଇଛନ୍ତି ।

ସ୍ଲିପ୍ କର୍ଡନ୍ ଡ୍ରିଲରେ ବ୍ରାଣ୍ଡନ୍ ମ୍ୟାକକୁଲମଙ୍କୁ ସାହାଯ୍ୟ କରି ସେ ତାଙ୍କର ନୂତନ ଭୂମିକା ଆରମ୍ଭ କରିଥିଲେ । ସେ ଦ୍ରୁତ ବୋଲର ମାର୍କ ଉଡ୍ ଏବଂ ଡିଲନ୍ ପେନିଂଡନଙ୍କୁ ବୋଲିଂ ଟିପ୍ସ ଦେଉଥିବା ନଜର ଆସିଛନ୍ତି । ଟେଷ୍ଟ କ୍ରିକେଟରେ ୭୦୦ ରୁ ଅଧିକ ୱିକେଟ୍ ନେଇଥିବା ଏକମାତ୍ର ଦ୍ରୁତ ବୋଲର ହେଉଛନ୍ତି ଆଣ୍ଡରସନ । ତେଣୁ ତାଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଟେଷ୍ଟ ଦଳରେ ଦୀର୍ଘ ଦିନ ପାଇଁ ସେ ବୋଲିଂ କୋଚ୍ ଏବଂ ମେଣ୍ଟର ଦାୟିତ୍ୱ ପାଇପାରନ୍ତି ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.