ଦିଲ୍ଲୀର ସ୍କୁଲ ପାଖରେ ବିସ୍ଫୋରଣ ମାମଲା: ଏକ୍ସପ୍ଲୋସିଭର ହୋଇଥିଲା ବ୍ୟବହାର, ଖୁଲାସା ହେଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଦିଲ୍ଲୀର ରୋହିନୀ ଅଞ୍ଚଳ ସ୍ଥିତ ସିଆରପିଏଫ ବିଦ୍ୟାଳୟ ବାହାରେ ଗତକାଲି ଅର୍ଥାତ ରବିବାର ଦିନ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣକୁ ନେଇ ବର୍ତ୍ତମାନ ତଦନ୍ତ ଜାରି ରହିଛି। ଏହି ବିସ୍ଫୋରଣ ମାମଲାରେ ଏଫଆଇଆରରେ ବଡ଼ ଖୁଲାସା ହୋଇଛି। ଯେଉଁଥିରେ କୁହାଯାଇଛି ଯେ, ଏହି ବିସ୍ଫୋରଣରେ ବିସ୍ଫୋରକର ବ୍ୟବହାର କରାଯାଇଛି। ଏଫଆଇଆର ମୁତାବକ ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏଥିରେ ସିଆରପିଏଫ ସ୍କୁଲର ପାଚେରୀରେ ବଡ ଛିଦ୍ର ହୋଇଯାଇଛି। ଏଥିସହ ବିସ୍ଫୋରଣ ପାଶ୍ୱର୍ରେ ଧଳା ପାଉଡର ମିଳିଥିଲା। ଏହି ସମସ୍ତ ଘଟଣାର ସୂଚନା ଗୃହ ମନ୍ତ୍ରାଳୟକୁ ଦିଆଯାଇଛି।

ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଏହି ବିସ୍ଫୋରଣ ପରେ ଧଳା ଧୂଆଁ ଖେଳିଯାଇଥିଲା ଏବଂ ବିସ୍ଫୋରଣର ଧ୍ୱନୀ ଏତେ ପରିମାଣରେ ଥିଲା ଯେ, ଏହା ସ୍କୁଲର ଅପରପାଶ୍ୱର୍ରେ ଥିବା ଦୋକାନର ଝରକା କାଚ ଭାଙ୍ଗିଦେବା ସହ ସାଇବୋର୍ଡକୁ ନଷ୍ଟ କରିଦେଇଥିଲା। ପୋଲିସକୁ ପିସିଆର କଲ କରିଥିବା ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ପଚରାଉଚରା କରିଛି। କୋଲ କରିଥିବା ବ୍ୟକ୍ତି ଜଣକ କହିଛନ୍ତି ଯେ, ସେ ଘରେ ଶୋଇଥିଲେ, ଯେତେବେଳେ ବିସ୍ଫୋରଣ ହୋଇଥିଲା, ସେତେବେଳେ ଉଠି ସଙ୍ଗେ ସଙ୍ଗେ ପୋଲିସଙ୍କୁ ଫୋନ କରିଥିଲେ।

Get real time updates directly on you device, subscribe now.