fbpx

ହୀରାକୁଦ ଡ୍ୟାମ ବିସ୍ଥାପିତଙ୍କୁ ଜମିପଟ୍ଟା ପ୍ରଦାନ କଲେ ରାଜସ୍ୱ ମନ୍ତ୍ରୀ; ମିଲିଲା ୧୦ ଡିସିମିଲ୍ ଲେଖାଏଁ ଜମିର ପଟ୍ଟା

ସମ୍ୱଲପୁର: (ଓଡ଼ିଶା ଭାସ୍କର) ହୀରାକୁଦ ଡ୍ୟାମ ବିସ୍ଥାପିତଙ୍କୁ ଜମିପଟ୍ଟା ପ୍ରଦାନ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲର ୨ଟି ଗାଁକୁ ଜମି ପଟ୍ଟା ପ୍ରଦାନ କଲେ ମନ୍ତ୍ରୀ । କୁର୍ଲା ଓ ଥୁଣ୍ଟିକତରବଗା ଗାଁର ୨୨୧ ବିସ୍ଥାପିତ ପରିବାରଙ୍କୁ ଦେଲେ ଜମି ପଟ୍ଟା । ପ୍ରତେକଙ୍କୁ ୧୦ ଡିସିମିଲ୍ ଲେଖାଏଁ ଜମିର ପଟ୍ଟା ଦେଲେ ମନ୍ତ୍ରୀ ସୁରେଶ ପୂଜାରୀ । ବର୍ଷକ ଭିତରେ ଜିଲ୍ଲାର ସବୁ ବିସ୍ଥାପିତଙ୍କୁ ଜମି ପଟ୍ଟା ଦିଆଯିବା ନେଇ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ତେବେ ସେମାନଙ୍କ ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି ।

Get real time updates directly on you device, subscribe now.