ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ, ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ପାଣି ଛାଡ଼ିଲେ ମିଳିବ କ୍ଷତିପୂରଣ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ବ୍ରାହ୍ମଣୀ ସତର୍କ ସଂକେତ ଉପରେ, ଆଖୁଆପଦାରେ ବୈତରଣୀ ସ୍ଥିର ଅଛି ।

ସେବା ଯୋଗାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ: ସେ ଆହୁରି କହିଛନ୍ତି ଯେ, ରାଜଘାଟ, ମଥାନିରେ ସୁବର୍ଣ୍ଣରେଖା ସାମାନ୍ୟ ବିପଦ ସଂକେତ ଉପରେ ଅଛି । ଯାଜପୁରର ସର୍ବାଧିକ ୪୬ ଗାଁ, ୧୪ ପଞ୍ଚାୟତ ପ୍ରଭାବିତ ହୋଇଛି । ସମସ୍ତ ସେବା ଯୋଗାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସାପ ବିପଦ ଅଛି: ସାପ ବିପଦକୁ ନେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ବନ୍ୟାରେ ମୃତାହତ ଖବର ନାହିଁ, ହେଲେ ବେଶୀ ସମୟ ପାଣିରେ ରୁହନ୍ତୁ ନାହିଁ । କାରଣ ସାପ ବିପଦ ଅଛି । ଆଶ୍ରୟସ୍ଥଳୀକୁ ଆସନ୍ତୁ । ପୋଲିସକୁ ଘର ଜଗିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପାଣି ଛାଡ଼ିଲେ ମିଳିବ କ୍ଷତିପୂରଣ: କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ ଦିଆଯାଇଛି । ପାଣି ଛାଡୁ ଚାଡୁ କ୍ଷତିପୂରଣ ମିଳିଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।