ବୀମା କମ୍ପାନୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡା ତାଗିଦ, ଚାଷୀଙ୍କ ସହ ଖେଳିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

କମ୍ପାନୀ ମୁନାଫା କମାଇବାକୁ ହୋଇନି ଚାଷ ବୀମା; ଅସମୟରେ ଚାଷୀଙ୍କ ସହ ଠିଆ ହେବା ହେଉଛି ଲକ୍ଷ୍ୟ

ଭୁବନେଶ୍ୱର- ଅଦିନିଆ ବର୍ଷାରେ ରାଜ୍ୟର ଚାଷୀ ତାର ଚାଷ ହରାଇଛି । ହେକ୍ଟର ହେକ୍ଟର ଧାନ ବିଲ ସାଙ୍ଗକୁ ପନି ପରିବା ଚାଷ ନଷ୍ଟ ହୋଇଯାଇଛି । ଚାଷୀଙ୍କୁ ସେମାନଙ୍କ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମାରେ ଅର୍ଥ ମିଳିବ । ଏହି କାମରେ ବୀମା କମ୍ପାନୀ ପ୍ରତିବନ୍ଧକ ସାଜିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ମନ୍ତ୍ରୀ ପୂଜାରୀ କହିଛନ୍ତି, ଇନସୁରାନ୍ସ କମ୍ପାନୀ ସମ୍ବେଦନଶୀଳ ହେବା ଦରକାର । ଫସଲ ବୀମା କମ୍ପାନୀର ଫାଇଦା ପାଇଁ ନୁହେଁ । କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ସହାୟତା ଯୋଗାଇ ଦେବାରେ ସହାୟକ ହୁଅନ୍ତୁ ।

ପ୍ରାକୃତିକ ବିପର୍ଯ୍ୟୟକୁ ଏଡାଇ ଦିଆଯାଇ ପାରିବ ନାହିଁ । ତେଣୁ ଏହି ସ୍ଥିତିରେ ବୀମା କମ୍ପାନୀ ସହାୟତା କରନ୍ତୁ । ଏବେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ବୀମା ଅର୍ଥ ନିତାନ୍ତ ଜରୀରୁ ।

ଏପରି ସ୍ଥିତିରେ କମ୍ପାନୀ ଚାଷୀଙ୍କ ସହ ଖେଳିଲେ ଆଇନ ଆନୁଯାୟୀ ପଦକ୍ଷେପ ନିଆଯାଇପାରିବ । ଏଥିସହ  ମନ୍ତ୍ରୀ ସୂଚନା ଦେଇଛନ୍ତି କି, ୨୪ ତାରିଖ ମଧ୍ୟରେ ୨୦ ହଜାର ଚାଷୀ ଫସଲ ବୀମା କରିସାରିଛନ୍ତି । ସେମାନଙ୍କ ସହ କମ୍ପାନୀ ରହିବାକୁ କହିଛନ୍ତି ମନ୍ତ୍ରୀ ପୂଜାରୀ ।

ଆଇନର ଖୋଳପା ତଳେ କମ୍ପାନୀ ଚାଷୀଙ୍କୁ ଠକିବାକୁ ଚେଷ୍ଟା କଲେ ଆମ ପାଖରେ ମଧ୍ୟ ଆଇନ ରହିଛି ଆକ୍ସନ ନବୋକୁ ।