ଆର୍.ଜି. କର ମାମଲାରେ କୋର୍ଟଙ୍କ ରାୟକୁ ନେଇ ମମତା ବାନାର୍ଜୀ କହିଲେ- ମୁଁ ସନ୍ତୁଷ୍ଟ ନୁହେଁ
ସିଆଲଦା କୋର୍ଟଙ୍କ ଦଣ୍ଡାଦେଶକୁ ନେଇ ସନ୍ତୁଷ୍ଟ ନଥିବା କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରଖିଲେ ଏଭଳି ପ୍ରତିକ୍ରିୟା। ଆମ ପୋଲିସ ହେଇଥିଲେ...
କୋଲକାତା: ଆର୍.ଜି ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ରାୟଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରାଯାଇଛି।
କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ ଅଦାଲତଙ୍କ ରାୟରେ ସନ୍ତୁଷ୍ଟ ନୁହଁନ୍ତି । ସେ କହିଛନ୍ତି, ଆମେ ସମସ୍ତେ ମୃତ୍ୟୁଦଣ୍ଡ ଦାବି କରିଥିଲୁ।
କିନ୍ତୁ କୋର୍ଟ ଆଜୀବନ କାରାଦଣ୍ଡ ଦେଇଥିଲେ। ମୁଁ ସନ୍ତୁଷ୍ଟ ନୁହେଁ। ମମତା ବାନାର୍ଜୀ କୋର୍ଟଙ୍କ ରାୟରେ ସନ୍ତୁଷ୍ଟ ନୁହଁନ୍ତି ବୋଲି ପ୍ରକାଶ କରିଛନ୍ତି। ଏହି ମାମଲାକୁ କୋଲକାତା ପୁଲିସ ବଳପୂର୍ବକ ଛଡ଼ାଇ ନେଇଥିଲା।
ଯଦି ଏହି ମାମଲା କୋଲକାତା ପୁଲିସ ପାଖରେ ରହିଥାନ୍ତା, ତେବେ ଦୋଷୀ ସଞ୍ଜୟ ରାୟଙ୍କୁ ଫାଶୀ ଦଣ୍ଡାଦେଶ ସୁନିଶ୍ଚିତ କରାଯାଇଥାନ୍ତା।
ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଆଜୀବନ କାରାଦଣ୍ଡ ଶେଷରେ କୋଲକାତାର ସିଆଲଦା ସେସନ୍ କୋର୍ଟ ସୋମବାର ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି।
ମୁଁ କିଛି ଭୁଲ୍ କରିନି: କୋର୍ଟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ସଞ୍ଜୟ ଦାବି କରିଛି ଯେ ସେ କିଛି ଭୁଲ କରିନାହିଁ ।
ଅଦାଲତରେ ଅଭିଯୁକ୍ତ ଏକ ଅଜବ ଯୁକ୍ତି କରି କହିଥିଲ ସଞ୍ଜୟ, ଯେ ସେ କହିଛି- ମୁଁ କିଛି ଭୁଲ୍ କରିନି। ମୁଁ ରୁଦ୍ରାକ୍ଷ ମାଳା ପିନ୍ଧିଛି, ଯଦି କିଛି ଭୁଲ କରିଥାନ୍ତି, ତେବେ ସେ ମାଳା ଛିଡ଼ି ଯାଇଥାନ୍ତା।
କ୍ଷତିପୂରଣ ପାଇବା ପରେ କ’ଣ କହିଲେ ପୀଡ଼ିତାଙ୍କ ପରିବାର ଆରଜି ମାମଲାରେ ପୀଡ଼ିତାଙ୍କ ପରିବାର ଦୋଷୀଙ୍କୁ ସର୍ବାଧିକ ଦଣ୍ଡ ଦେବାକୁ ଦାବି କରିଥିଲେ।
ଅନ୍ୟପକ୍ଷରେ କୋର୍ଟ ପୀଡ଼ିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମୃତ ମହିଳା ଡାକ୍ତରଙ୍କ ବାପା କହିଛନ୍ତି ଯେ ସେମାନେ କୌଣସି ପ୍ରକାର କ୍ଷତିପୂରଣ ଚାହୁଁନାହାନ୍ତି ବରଂ ନ୍ୟାୟ ଚାହୁଁଛନ୍ତି।